ବୋକା କାଫେରେ ମିଳିବ ମିଲେଟ୍ ଖାଦ୍ୟ

ପାଳନ ହେବ ମାଣ୍ଡିଆ ଦିବସ

ଭୁବନେଶ୍ବର : ବର୍ତ୍ତମାନର ଜୀବନଶୈଳୀରେ ସବୁ ବର୍ଗର ବ୍ୟକ୍ତିଙ୍କ ମଧ୍ୟରେ ପୋଷଣଯୁକ୍ତ ଖାଦ୍ୟର ଆବଶ୍ୟକତା ରହିଛି। ମିଲେଟ୍‌ରେ ପ୍ରଚୁର ପରିମାଣର ପୋଷଣ ରହିଥିବାରୁ ଏହା ମୁଖ୍ୟତଃ ଗର୍ଭବତୀ ମହିଳା ଏବଂ କିଶୋରୀମାନଙ୍କ ପାଇଁ ଉପଯୋଗୀ। ସମସ୍ତଙ୍କ ପାଖରେ ଏହା ପହଞ୍ଚାଇବା ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଥିବା କହିଛନ୍ତି କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ।  ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନସ୍ଥିତ ବୋକା କାଫେରେ ମିଲେଟ୍‌କୁ ସାମିଲ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହା କହିଛନ୍ତି। ମିଲେଟ୍‌କୁ ବ୍ୟବହାରକୁ ବ୍ୟାପକ କରିବା ପାଇଁ ଆଗାମୀ ଦିନରେ ମାଣ୍ଡିଆ ଦିବସ ପାଳନର ଲକ୍ଷ୍ୟ ରଖାଯାଇଥିବା ସେ ସୂଚନା ଦେଇଛନ୍ତି।

ଓଡ଼ିଶା ମିଲେଟ୍‌ସ ମିସନର ସହଯୋଗରେ ବୋକା କାଫେରେ ଏଣିକି ମିଲେଟ୍ ମିଠା, ସାଣ୍ଡଓ୍ବିଚ, ସୁପ୍, ବିସ୍କୁଟ ଏବଂ କେକ୍‌ ସହିତ ବିଭିନ୍ନ ପ୍ରକାର ଖାଦ୍ୟ ମିଳିବ। କାର୍ଯ୍ୟକ୍ରମରେ ବୋକା କାଫେର ସହ ପ୍ରତିଷ୍ଠାତା ସମୀର ହଂସ, ସତ୍ୟବ୍ରତ ସାନୁ ରଥ, ଅଭିନେତା ସତ୍ୟବ୍ରତ ତ୍ରିପାଠୀ, ଓଡ଼ିଶା ରେସ୍ତୋରାଁ ସଂଘର ବୋର୍ଡ ସଦସ୍ୟ, ମାଇକେଲ୍‌ସ କିଚେନ୍‌, ଦାୱତ, ଓଡ଼ିଶା ହୋଟେଲ, ଗ୍ରିନ୍ ଚିଲିଜ୍ ଏବଂ ପ୍ରଙ୍ଗାନ (ମ୍ୟାଙ୍ଗୋ ହୋଟେଲ)ର ସଦସ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର