ସିନ୍ଧେକେଲା: ୧ ଲକ୍ଷ ୩ ଶହ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ରେଞ୍ଜ ଅନ୍ତର୍ଗତ ସିନ୍ଧେକେଲା ଫରେଷ୍ଟର ହରିହର ସ୍ବାଇଁ। ତାଙ୍କୁ ଗିରଫ କରାଯିବାପରେ କୋର୍ଟଚାଲାଣ କରାଯାଇଛି। ରେଷ୍ଟର ଶ୍ରୀ ସ୍ବାଇଁ ବନ ବିଭାଗ ଅଧୀନ ବିଭିନ୍ନ ପ୍ରକଳ୍ପରେ କାମ କରୁଥିବା ଶ୍ରମିକଙ୍କଠାରୁ ସେମାନଙ୍କ ପ୍ରତିନିଧି ତଥା ଅଭିଯୋଗକାରୀଙ୍କ ଜରିଆରେ ୧ ଲକ୍ଷ ୩ଶହ ଟଙ୍କା ଲାଞ୍ଚ ନେଉଥିଲେ। ମଙ୍ଗଳବାରଦିନ ସେ ଆବାସିକ ତଥା ଅଫିସ୍ ଚାମ୍ବରରେ ଏହି ଲାଞ୍ଚ ଟଙ୍କା ଗ୍ରହଣ କରୁଥିବାବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା। ଏହାପରେ, ତାଙ୍କ ସିନ୍ଧେକେଲା ଆବାସିକ ତଥା ଅଫିସ୍ ଚାମ୍ବର, ବଲାଙ୍ଗୀର ସହର ଟିକ୍ରାପଡ଼ାର ଭଡ଼ାଘର ଓ ବଲାଙ୍ଗୀର ଚିମନିଭାଟିପଡ଼ାରେ ନିର୍ମାଣାଧୀନ କୋଠାରେ ଏକସଙ୍ଗରେ ଚଢ଼ଉ କରାଯାଇଥିଲା। ଯାଞ୍ଚବେଳେ ତାଙ୍କ ଭଡ଼ାଘରୁ ୧ ଲକ୍ଷ ୭୨ ହଜାର ୫୫୦ ଟଙ୍କା ମିଳିଥିଲା। ଫରେଷ୍ଟର ଶ୍ରୀ ସ୍ବାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲା ଭିଜିଲାନ୍ସ ଟିମ୍ ଏହି ଚଢ଼ଉରେ ସାମିଲ ହୋଇଥିଲେ।
ଶ୍ରମିକଙ୍କଠାରୁ ଲକ୍ଷେ ଟଙ୍କା ଲାଞ୍ଚ: ଫରେଷ୍ଟର ଗିରଫ, କୋର୍ଟଚାଲାଣ
/sambad/media/post_attachments/wp-content/uploads/2022/05/4jg6dj4g65dj4g65d4jg654gjd65gj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)