ଧର୍ମଶାଳା: ଧର୍ମଶାଳା ଥାନା ଚୋରମୁହାଁ ପଞ୍ଚାୟତ ବଳମଙ୍ଗଳପୁର ଗ୍ରାମଦେବତୀ କରଞ୍ଜେଇ ମନ୍ଦିରରୁ ଶନିବାର ରାତିରେ ଲକ୍ଷାଧିକ ଟଙ୍କା ମୂଲ୍ୟର ଅଳଙ୍କାର ଚୋରି ହୋଇଯାଇଛି। ଏହା ଜଣାପଡ଼ିବା ପରେ ପୂଜକ ସଞ୍ଜୀବ କୁମାର ପଣ୍ତା ଓ ଦେବେନ୍ଦ୍ର କର ଥାନାରେ ଏତଲା ଦେଇଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ହେଁ ଲୁଟେରାଙ୍କ ସଂପର୍କରେ କୌଣସି ସୁରାକ୍ ମିଳିନାହିଁ।

Advertisment

ଦୁର୍ବୃତ୍ତମାନେ ଗତକାଲି ବିଳମ୍ବିତ ରାତିରେ କରଞ୍ଜେଇ ମନ୍ଦିର ତାଲା ଭାଙ୍ଗି ମା'ଙ୍କ ୨ଟି ରୂପା ମୁକୁଟ, ୧୦ଟି ସୁନା ଓ ରୁପା ଚିତା, ମଙ୍ଗଳସୂତ୍ର, ନିକଟରେ ଥିବା ଶ୍ରୀ ଗଣେଶଙ୍କ ରୁପା ମୁକୁଟ, ପଇତା, ତ୍ରିଶୂଳ ଚିତା ଓ ମୁକ୍ତେଶ୍ବର ମହାଦେବଙ୍କ ରୂପା ଛତ୍ରୀଗୁଡ଼ିକୁ ଲୁଟି ନେଇଛନ୍ତି। ଆଜି ସକାଳେ ପୂଜକଦ୍ବୟ ମନ୍ଦିରରେ ପହ‌ଞ୍ଚି  ୩ ଦେବଦେବୀଙ୍କ ସମସ୍ତ ମୂଲ୍ୟବାନ ଅଳଙ୍କାର ଲୁଟିନେବା ସହିତ ବିଭିନ୍ନ ପୂଜାସାମଗ୍ରୀ ଫିଙ୍ଗା ଫୋପଡ଼ା କରିଛନ୍ତି। ଏ ସଂପର୍କରେ ଗ୍ରାମବାସୀଙ୍କୁ ଅବଗତ କରାଗଲା ପରେ ଥାନାରେ ଏତଲା ଦିଆଯାଇଛି।