ବାତ୍ୟା ୟାସ୍ ପାଇଁ ଭାରତୀୟ ବାୟୁସେନା ଓ ନୌସେନା ପ୍ରସ୍ତୁତ

ନୂଆଦିଲ୍ଲୀ : ସମ୍ଭାବ୍ୟ ବାତ୍ୟା ୟାସ୍ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳକୁ ମାଡ଼ିଆସୁଥିବାବେଳେ ଏହାର ମୁକାବିଲା ପାଇଁ ଭାରତୀୟ ନୌସେନାର ଜାହାଜ ଓ ବାୟୁସେନାର ବିମାନଗୁଡ଼ିକୁ ପ୍ରସ୍ତୁତ ରଖାଯ଼ାଇଛି । ସେହିପରି ଭାରତୀୟ ସେନା, ନୌସେନା ଓ ବାୟୁସେନାର ଉଦ୍ଧାରକାରୀ ଟିମଗୁଡିକୁ ମଧ୍ୟ ପ୍ରସ୍ତୁତ ରଖାଯ଼ାଇଛି ଯେପରିକି ସେମାନେ ଓଡ଼ିଶା ଓ ପଶ୍ଚିମବଙ୍ଗ ରାଜ୍ୟ ପ୍ରଶାସନଠାରୁ ଅନୁରୋଧ ପାଇବା ମାତ୍ରେ ଉଦ୍ଧାର କାର୍ୟ଼୍ୟ ଆରମ୍ଭ କରିଦେବେ ।

ଭାରତୀୟ ବାୟୁସେନା ପକ୍ଷରୁ ନିଜର ସି-୧୭, ଆଇଏଲ-୭୬, ୩ଟି ସି-୧୩୦, ୪ଟି ଏଏନ୩୨ ଓ ଦୁଇଟି ଡୋର୍ନିଅର ବିମାନକୁ ପ୍ରସ୍ତୁତ ରଖାଯ଼ାଇଛି । ଏହା ସହିତ ଚେତକ, ଧ୍ରୁବ, ଏମଆଇ୧୭ ହେଲିକପ୍ଟର ଗୁଡ଼ିକୁ ମଧ୍ୟ ପ୍ରସ୍ତୁତ ରଖାଯ଼ାଇଛି ବୋଲି ବାୟୁସେନାର ମୁଖୁପାତ୍ର ଓ୍ବିଙ୍ଗ କମାଣ୍ଡର ଆଶିଷ ମୋଘେ କହିଛନ୍ତି ।

ଅନ୍ୟପକ୍ଷରେ ଆରବ ସାଗରରେ ତୌତେ ବାତ୍ୟା ବେଳେ ଉଦ୍ଧାରକାର୍ଯ୍ୟ କରିଥିବା ଭାରତୀୟ ନୌସେନା ମଧ୍ୟ ୟାସ ବାତ୍ୟା ପାଇଁ ନିଜକୁ ପ୍ରସ୍ତୁତ ରଖିଛି । ନୌସେନାର ଯ଼ୁଦ୍ଧଜାହାଜ ଓ ତଟରକ୍ଷୀ ବାହିନୀର ଜାହାଜଗୁଡିକୁ ପ୍ରସ୍ତୁତ ରଖାଯ଼ାଇଛି ।

ସମ୍ବନ୍ଧିତ ଖବର