ସମ୍ବଲପୁର: ଆନ୍ତର୍ଜାତୀୟ ଅନଲାଇନ ଅପେରା ଫେସନ ସୋ-୨୦୨୦ରେ ସମ୍ବଲପୁରର ମୀମାଂସା ରଥଙ୍କୁ ବେଷ୍ଟ ଲୁକ ଏବଂ ତାଙ୍କୁ ମେକଅପ କରିଥିବାରୁ ମନୀଷା ପଣ୍ଡାଙ୍କୁ ବେଷ୍ଟ ମେକଅପ ଆର୍ଟିଷ୍ଟ ଘୋଷଣା କରାଯାଇ ପ୍ରମାଣପତ୍ର ଦିଆଯାଇଛି। ବହୁରାଷ୍ଟ୍ରୀୟ କମ୍ପାନି ଅପେରା ପକ୍ଷରୁ ଅନଲାଇନ କ୍ବିନ-୨୦୨୦ ଆୟୋଜିତ ହୋଇଥିଲା। ସୋସିଆଲ ମିଡିଆ ଜରିଆରେ ଏଥିରେ ଆବେଦନ ପାଇଁ ବିଜ୍ଞାପନ ପ୍ରକାଶିତ ହୋଇଥିଲା। ଜୁଲାଇ ମାସରେ ମୀମାଂସା ଏଥିସମ୍ପର୍କରେ ଅବଗତ ହୋଇ ଆବେଦନ କରିଥିଲେ।
ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ସେ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇ ଶ୍ରେଷ୍ଠ ୧୦ରେ ରହିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଭାଗ ନେଇ ଚତୁର୍ଥ ସ୍ଥାନରେ ରହିଛନ୍ତି। ଏହାପରେ ଫାଇନାଲିଷ୍ଟମାନଙ୍କୁ ନେଇ ୪ଟି ଶ୍ରେଣୀରେ ସ୍ବତନ୍ତ୍ର ପ୍ରତିଯୋଗିତା ହୋଇଥିଲା। ଏଥିରେ ବେଷ୍ଟ ରେମ୍ପ ୱାକ୍, ବେଷ୍ଟ ଫଟୋଗ୍ରାଫ, ବେଷ୍ଟ ଲୁକ ଏବଂ ବେଷ୍ଟ ଡିଜାଇନର ରହିଛି।
ଏଥିରୁ ବେଷ୍ଟ ଲୁକ୍ରେ ମୀମାଂସାଙ୍କୁ ବିଜେତା ଘୋଷଣା କରାଯାଇଥିଲା। ତାଙ୍କୁ ମେକ୍ଅପ୍ କରିଥିବାରୁ ମନୀଷା ପଣ୍ଡାଙ୍କୁ ମଧ୍ୟ ଶ୍ରେଷ୍ଠ ମେକଅପ ଆର୍ଟିଷ୍ଟ ଭାବରେ ପ୍ରମାଣପତ୍ର ଦିଆଯାଇଥିଲା। ତାଙ୍କ ଟିମରେ ଅର୍ପିତା ପୂଜାହାରୀ ଡିଜାଇନ ଏବଂ ଲଲିତ ରୋହିଦାସ ଫଟୋଗ୍ରାଫର ରହିଛନ୍ତି। ଏହା ଟିମର ବିଜୟ ବୋଲି ମୀମାଂସା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/c1f67e77-c8d9-4c33-b6c4-5d93bf65fcfd.jpg)