ଯୋଡ଼ା: କେନ୍ଦୁଝରଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ବିଛାକୁଣ୍ଡି ନିକଟସ୍ଥ ଦଲପାହାଡ଼ଠାରେ ଆଜି ଏକ ପରିତ୍ୟକ୍ତ ଖଣିରୁ ମାଟି ଅତଡ଼ା ଖସିବା ଫଳରେ ତିନି ଜଣ ଲୋକ ଚାପି ହୋଇଯାଇଛନ୍ତି। ପ୍ରବଳ ବର୍ଷା ସାଙ୍ଗକୁ ସମ୍ପୃକ୍ତ ଅଞ୍ଚଳ ଘନ ଅନ୍ଧାର ହୋଇଥିବାରୁ ସେମାନଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇ ପାରିନାହିଁ।
ଘଟଣାସ୍ଥଳରେ ଯୋଡ଼ା ଓ ବାମେବାରି ପୁଲିସ ପହଞ୍ଚିଛନ୍ତି। କିନ୍ତୁ ପ୍ରବଳ ବର୍ଷା କାରଣରୁ ତଦନ୍ତ ବାଧାପ୍ରାପ୍ତ ହୋଇଥିବା ଯୋଡ଼ା ଥାନା ଆଇଆଇସି ସୁଶାନ୍ତ ପ୍ରଧାନ କହିଛନ୍ତି। ତେବେ ମାଙ୍ଗାନିଜ ଚୋରା ଚାଲାଣବେଳେ ଏହି ଘଟଣା ଘଟିଥିବା ଚର୍ଚ୍ଚା ହେଉଛି। ଉଦ୍ଧାର କାର୍ଯ୍ୟ ପାଇଁ ଅଗ୍ନିଶମ ବିଭାଗ, ଆବଶ୍ୟକ ପଡ଼ିଲେ ଓଡ୍ରାଫର ସହାୟତା ନିଆଯିବ ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/30/1604256647_coal2-2025-06-30-10-30-15.jpg)