କାଳିଆପାଣି : କାଳିଆପାଣି ଥାନା ରାଁସୋଳ ପଞ୍ଚାୟତ ମହୁଲଖାଲ ଗାଁରେ ଆଜି ଅସାବଧାନତାରୁ ଜଣେ ଖଣି ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ଟାଟାଷ୍ଟିଲ ମାଇନିଂ ସୁକିନ୍ଦା କ୍ରୋମାଇଟ୍ ଖଣିରେ ଲୋଡିଂ ଲେବର ଭାବେ କାମ କରୁଥିବା ପ୍ରମୋଦ ମହାନ୍ତ(୫୨)। ସେ ଆଜି ଡ୍ୟୁଟିରୁ ଫେରି କୂଅ ମୂଳରେ ଗୋଡ଼ ଧୋଇ ହେଉଥିଲେ। ଗୋଡ଼ ଖସିଯିବାରୁ କୂଅ ଭିତରକୁ ଗଳି ପଡ଼ିଥିଲେ।
ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସାନଭାଇ ଦଶରଥ ମହାନ୍ତ ତାଙ୍କୁ ଉଦ୍ଧାର କରି ଗାଁରେ ପ୍ରାଥମିକ ଚିକିତ୍ସା କରିବା ପରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପତ୍ନୀ ଓ ପୁଅଝିଅ ଉପସ୍ଥିତ ଥିଲେ। କାଳିଆପାଣି ପୁଲିସ ଶବ ଜବତ କରି ୧୩/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଆସନ୍ତାକାଲି ତଦନ୍ତ ପରେ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/dead-f-1.jpg)