ଲଘୁ ଖଣିଜ ଲୁଟ୍, ୯ମାସରେ ୨.୫୦ କୋଟି ଜରିମାନା ଆଦାୟ

ଛତ୍ରପୁର : ଛତ୍ରପୁର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଗତବର୍ଷ ଏପ୍ରିଲ୍‌ରୁ ଡିସେମ୍ବର ପର୍ଯ୍ୟନ୍ତ ଲଘୁ ଖଣିଜ ଲୁଟ୍ ଉପରେ ଚଢ଼ଉ କରାଯାଇଥିଲା। ଡିସେମ୍ବର ଶେଷ ସୁଦ୍ଧା ୨ କୋଟି ୫୦ ଲକ୍ଷ ୨୩ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। କେବଳ ଡିସେମ୍ବର ମାସରେ ୫୬ ଲକ୍ଷ ୧୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ଚୋରାଚାଲାଣ କରୁଥିବା ୯୭୨ଟି ଟ୍ରାକ୍ଟର, ୧୫୪ଟି ଟ୍ରକ୍ ଏବଂ ୧୫ଟି ଜେସିବିକୁ ଜବତ କରାଯାଇଥିଲା। ୯କୋଟି ୭୨ ଲକ୍ଷ ୭୯ ହଜାର ରାଜସ୍ବ ଆଦାୟ କରାଯାଇଛି। ବେବନ୍ଦୋବସ୍ତ, ଗ୍ରାମକଣ୍ଟକ, ଭାଗବଣ୍ଟା ଓ ଜବରଦଖଲ ଆଦି ବିଭିନ୍ନ ସଂକ୍ରାନ୍ତ ୧୮ ହଜାର ୨୯୪ଟି ମାମଲା ଫଇସଲା ହୋଇଛି। ଚଳିତ ବର୍ଷ ମଧ୍ୟ ଏହି ଧାରା ବଜାୟ ରହିବ ବୋଲି ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି କହିଛନ୍ତି।

ସମ୍ବନ୍ଧିତ ଖବର