ଆଉ ଜଣେ ଖଣି ମାଫିଆ ଗିରଫ

ଭୁବନେଶ୍ବର : କ୍ରାଇମ ବ୍ରାଞ୍ଚର ଏସଟିଏଫ ଆଜି ଆଉ ଜଣେ ଖଣି ମାଫିଆକୁ ଯାଜପୁର ଜିଲ୍ଲା ମଙ୍ଗଳପୁର ଅଞ୍ଚଳରୁ ଗିରଫ କରିଛି। ତା ନାଁ ଦିଲୁ ଓରଫ ଦିଲ୍ଲୀପ ଦାସ। ଘର ଖୋର୍ଧା ପାଲହାଟରେ। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି। ଦିଲୁ ଖୋର୍ଧା ଓ ଜଟଣୀ ଅଞ୍ଚଳରେ ଥିବା ଶ୍ରୀଜଗନ୍ନାଥଙ୍କ ଜମିରେ ବେଆଇନ ଖଣି କାରବାରରେ ସଂପୃକ୍ତ ଥିଲା। ଏ ନେଇ କ୍ରାଇମ ବ୍ରାଞ୍ଚରେ ତା’ ବିରୋଧରେ ମାମଲା ରୁଜୁ ହୋଇଥିଲା। କିନ୍ତୁ ସେ ଘଟଣା ପରେ ଫେରାର ହୋଇ ଯାଇଥିଲା। ସେ ଯାଜପୁରରେ ଲୁଚି ଥିବା କ୍ରାଇମ ବ୍ରାଞ୍ଚକୁ ସୂଚନା ମିଳିଥିଲା।

ସମ୍ବନ୍ଧିତ ଖବର