ହିଞ୍ଜିଳିକାଟୁ : ସେଣ୍ଟର୍ ଅଫ୍ ଏକ୍ସିଲେନ୍ସି ତାଲିକାରେ ସ୍ଥାନ ପାଇଥିବା ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବୃନ୍ଦାବନ ଉଚ୍ଚବିଦ୍ୟାଳୟର ରୂପରେଖ ପରିବର୍ତ୍ତନ ହେଉଛି। ପିଲାଙ୍କୁ ଯୁଗୋପଯୋଗୀ କରିବା ଲାଗି ଭିତ୍ତିଭୂମିର ବିକାଶ ହେଉଥିବା ସହ ଅତ୍ୟାଧୁନିକ ସୁବିଧା ଯୋଗାଇଦିଆଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବିଦ୍ୟାଳୟ ଗସ୍ତ କରି ନୂତନ ଭାବେ ନିର୍ମିତ ସ୍ମାର୍ଟ କ୍ଲାସ୍ରୁମ୍ରେ ମାଟ୍ରିକ୍ ଛାତ୍ରଛାତ୍ରୀଙ୍କ ସହ ଭାବବିନିମୟ କରିବା ସହ ପାଠ ପଢ଼ାଇଥିଲେ। ସ୍ମାର୍ଟ କ୍ଲାସ୍ରୁମ୍ର ଉପକାରିତା ବିଷୟରେ ପଚାରି ବୁଝିଥିଲେ। ଏଥିସହ ବିଦ୍ୟାଳୟ ପରିସରରେ ଥିବା ମିନିପାର୍କକୁ ଉଦ୍ଘାଟନ କରିଥିଲେ। ବିଡିଓ ପ୍ରସନ୍ନ କୁମାର ପାତ୍ର, ପୌରପରିଷଦ କାଯ୍ୟନିର୍ବାହୀ ଅଧିକାରୀ ଡ.ମନୋରଞ୍ଜନ ସାହୁ, ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା ଓ ପ୍ରଧାନଶିକ୍ଷୟିତ୍ରୀ ଶାନ୍ତିଲତା ମୁନିଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।
ହିଞ୍ଜିଳିକାଟୁ : ମିନିପାର୍କ ଉଦ୍ଘାଟିତ, ସ୍ମାର୍ଟ କ୍ଲାସ୍ରୁମ୍ରେ ପିଲାଙ୍କୁ ପଢ଼ାଇଲେ ଜିଲ୍ଲାପାଳ
/sambad/media/post_attachments/wp-content/uploads/2021/01/hijilikatu-final.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)