ଯାଜପୁରସଦର: ଯାଜପୁର ବ୍ଲକ୍ର ବେଲେଶ୍ବର ଘାଟରେ ବିଜୁ ସେତୁ ଦବିବା ପରେ ଆଜି ‘ଆଳୁ ଖୋଳୁଖୋଳୁ ମହାଦେବ’ ନ୍ୟାୟରେ ଆଖି ଟେରା ହେଲା ଭଳି ବେଆଇନ ବାଲିଗଦା ଠାବ ହୋଇଛି। ପ୍ରାୟ ୩୬ ଏକର ଜମିରେ ୭୦୦ରୁ ଅଧିକ ଘନମିଟର ବାଲି ଗଚ୍ଛିତ ରଖାଯାଇଥିବା ଏବଂ ସେଠାରେ ଏକାଧିକ ବେଆଇନ ବାଲିପାହାଡ଼ ଠାବ ହେବା ପରେ ଜିଲ୍ଲାରେ ଲଘୁ ଖଣିଜ ଲୁଟ୍ର ଚିତ୍ର ସାମନାକୁ ଆସିଛି। ଗତକାଲି ପୋଲର ଏପରି ଅବସ୍ଥା ପାଇଁ ପଞ୍ଚାୟତର ବିଜେଡି ନେତୃତ୍ବ ଖୋଲାଖୋଲି ଭାବେ ବିଜେପି କର୍ମୀମାନଙ୍କୁ ଦୋଷାରୋପ କରିଥିଲେ। ବେଆଇନ ବାଲି ଉତ୍ତୋଳନ ଯୋଗୁଁ ପୋଲର ଅବସ୍ଥା ଏପରି ହେଲା ବୋଲି ଅଭିଯୋଗ କରିଥିଲେ। ଅନ୍ୟପଟେ ବହୁ ପୂର୍ବରୁ ବାଲି ମାଫିଆ ସେତୁ ପାଖରୁ ଶହଶହ ଘନମିଟର ବାଲି ଉତ୍ତୋଳନ କରି ବିଭିନ୍ନ ଅଞ୍ଚଳରେ ଗଚ୍ଛିତ ରଖିଥିବା ସଂପର୍କରେ ପଞ୍ଚାୟତର ବିଜେପି ସମର୍ଥିତ ସରପଞ୍ଚ ଓ ଜିଲ୍ଲା ବିଜେପି ସାଧାରଣ ସଂପାଦକ ଅଭିଯୋଗ କରିଥିଲେ।
ଆଜି ଖଣି ବିଭାଗ ପକ୍ଷରୁ ବେଆଇନ ବାଲିଗଦାକୁ ଜବତ କରାଯିବା ସହ ଏହା ଉପରେ ନାଲି ପତାକା ଲଗାଯାଇଛି। ପଣସା ପଞ୍ଚାୟତର କୁଶୀ ଓ ବାଲିପୋଖରୀ ମୌଜାରୁ ଏହି ବାଲି ଜବତ ହୋଇଛି। ଅନ୍ୟପକ୍ଷରେ ସେତୁ ଦବିବା ପରେ ଆଜି ଯାଜପୁରର ବରିଷ୍ଠ ବିଜେପି ନେତା ଗୌତମ ରାୟ ଘଟଣାସ୍ଥଳ ବୁଲି ଦେଖିବା ସହ ପୂର୍ବରୁ ଥିବା ‘ପିସି’ ସରକାରଙ୍କ କାମର ଏହା ଏକ ନମୁନା ବୋଲି ଅଭିଯୋଗ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ପୋଲର ଉଭୟ ପଟ ପ୍ରବେଶପଥକୁ ଇଟାରେ କାନ୍ଥ ଉଠାଇ ବନ୍ଦ କରି ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/07/13/sfhfhf-2025-07-13-03-18-27.jpg)