କାଳିଆପାଣି: ଯାଜପୁରଜିଲ୍ଲା ସୁକିନ୍ଦା ତହସିଲ କାଳିଆପାଣି-କଅଁସ ପଞ୍ଚାୟତ ସୀମାନ୍ତ ଚିରିଗୁଡ଼ା ବସ୍ତିରେ ରବିବାର ସନ୍ଧ୍ୟାରେ ପାର୍ଶ୍ବସ୍ଥ ଖଣିର ମାଟି ଡମ୍ପ୍ ଭୁଶୁଡ଼ି ଏକାଧିକ ଘରେ କାଦୁଅ ପାଣି ପଶିଯାଇଛି। ମୂଷଳ ଧାରାରେ ଅବିଶ୍ରାନ୍ତ ବର୍ଷା ଯୋଗୁ ସ୍ଥିତି ଅଣାୟତ୍ତ ହୋଇ ପଡ଼ିଥିବା କୁହାଯାଉଛି।
ଗଗନ ବିହାରୀ ନାୟକ ଓ ବିନୋଦ ବାରିକଙ୍କ ଘରେ ଆଣ୍ଠୁଏ ଉଚ୍ଚତାରେ କାଦୁଅପାଣି ଲହଡ଼ି ମାରୁଥିବା ଅଭିଯୋଗ ହୋଇଛି। ନିଜ ଘରୁ ପଦାକୁ ବାହାରି ଆସୁଥିବା ସମୟରେ ବିନୋଦ ବାରିକଙ୍କ ଛାତି ପର୍ଯ୍ୟନ୍ତ କାଦୁଅ ପାଣି ଛୁଇଁଥିବା ଦେଖାଯାଇଛି।
ଏହା ସଂଲଗ୍ନ ଟ୍ରକ୍ ପାର୍କିଂୟାର୍ଡର କଂକ୍ରିଟ୍ ଚଟାଣରେ ଫୁଟେ ବହଳରେ କାଦୁଅ ପାଣି ମାଡ଼ୁଥିବା ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି।
ଏଠାରୁ କଲଭର୍ଟ ବାଟରେ ନିଷ୍କାସିତ ଦୂଷିତ ଜଳ ତଳ ମୁଣ୍ଡରେ ଥିବା ଲକ୍ଷ୍ମଣ ମୁଣ୍ଡା ଓ ଭୈରବ ବେହେରାଙ୍କ ଘର ଭିତରେ ପାଣି ପଶିଥିବାରୁ ପ୍ରଭାବିତ ପରିବାରରେ ପରିସ୍ଥିତି ସଙ୍କଟ ଜନକ ହୋଇଥିବା ସରପଞ୍ଚ ବିକାଶ କୁମାର ପାତ୍ର ଅଭିଯୋଗ କରିଛନ୍ତି।
Jajpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/08/31/mining-dump-collapses-and-floods-muddy-water-gushes-in-front-of-house-2025-08-31-21-53-20.jpg)