ଭୁବନେଶ୍ବର : ରାଜ୍ୟରେ ବାଲି, ଗୋଡ଼ି, ମୋରମ୍, ଖଣ୍ଡୋଲାଇଟ୍ ପରି ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣ ରୋକିବା ପାଇଁ ଗଠିତ ଏନଫୋର୍ସ୍ମେଣ୍ଟ୍ ସେଲ୍ ପାଇଁ ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକ ଓ ଅମିନଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। ଏଥିପାଇଁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପୁରୀ, ମାଲକାନଗିରି ଓ ନୂଆପଡ଼ା ଜିଲ୍ଲାକୁ ଛାଡ଼ି ଅନ୍ୟ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି। ଲଘୁ ଖଣିଜ ସମ୍ପଦ ଭରା ୧୪୪ଟି ସମ୍ବେଦନଶୀଳ ତହସିଲକୁ ଗତବର୍ଷ ରାଜସ୍ବ ବିଭାଗ ଚିହ୍ନଟ କରିଥିଲା। ସେସବୁ ତହସିଲରେ ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣ ରୋକିବାକୁ ସ୍ବତନ୍ତ୍ର ସେଲ୍ ଗଠନ ନେଇ ଗତ ନଭେମ୍ବରରେ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ରାଜସ୍ବ ବିଭାଗ ଅତିରିକ୍ତ ଶାସନ ସଚିବ ଜିଲ୍ଲାପାଳମାନଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି, ଏନଫୋର୍ସ୍ମେଣ୍ଟ୍ ସେଲ୍ଗୁଡ଼ିକୁ ପ୍ରାଥମକିତା ଆଧାରରେ କାର୍ଯ୍ୟକ୍ଷମ କରିବା ପାଇଁ ଅବସରପ୍ରାପ୍ତ ଆର୍ଆଇ ଓ ଅମିନଙ୍କୁ ଅସ୍ଥାୟୀ ଭାବେ ବର୍ଷକ ପାଇଁ ନିଯୁକ୍ତି ମିଳିବ। ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ସେଲ୍ଗୁଡ଼ିକରେ ନିୟମିତ ପଦବି ପୂରଣ ନ ହେବା ପର୍ଯ୍ୟନ୍ତ ଏସବୁ ପଦବିରେ ଅସ୍ଥାୟୀ ଭାବେ ନିଯୁକ୍ତି ଦିଆଯିବ ବୋଲି ରାଜସ୍ବ ବିଭାଗ ସ୍ପଷ୍ଟ କରିଛି। ଏଥିପାଇଁ ଅସ୍ଥାୟୀ ନିଯୁକ୍ତି ପାଇବାକୁ ଥିବା ଆର୍ଆଇଙ୍କୁ ମାସିକ ୧୯ ହଜାର ଟଙ୍କା ଓ ଅମିନଙ୍କୁ ପାରିଶ୍ରମିକ ବାବଦରେ ମାସିକ ୧୩ ହଜାର ଟଙ୍କା ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
ଲଘୁ ଖଣିଜ ଏନଫୋର୍ସମେଣ୍ଟ୍ ସେଲ୍ ପାଇଁ ଅବସରପ୍ରାପ୍ତ ଆର୍ଆଇ ଓ ଅମିନଙ୍କୁ ନିଯୁକ୍ତି
/sambad/media/post_attachments/wp-content/uploads/2019/08/mines-1.jpg)