ପୁଣି ଖଣି ଦୁର୍ନୀତିର ଗନ୍ଧ : ବିଧାନସଭାରେ ଉଖାରିଲେ ବିଧାୟକ

ଅନୁମତିଠାରୁ ଅଧିକ ଉତ୍ତୋଳନ ଆରମ୍ଭ, ଆଇନକୁ ଜଳାଞ୍ଜଳି ଦେଇ ପରିବହନ ଚାଲିଛି, ଜାତୀୟ ରାଜପଥ ଜାମ୍‌ ପଛର ଏହା କାରଣ

ଭୁବନେଶ୍ବର : ଖଣି ଦୁର୍ନୀତି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ଅନେକ ସମାେଲାଚନାର ଶିକାର େହାଇଛନ୍ତି। ଜଷ୍ଟିସ ଶାହ କମିସନଙ୍କ ରିେପାର୍ଟ ଆଜି ବି ତଣ୍ଟିରେ କଣ୍ଟା ଭଳି ଝୁଲୁଛି। ବ୍ୟବସ୍ଥାରେ ଅନେକ ପରିବର୍ତନ ହୋଇଛି େବାଲି ସରକାର ଦାବି କରିଛନ୍ତି। ଏସବୁ ସତ୍ତ୍ବେ ଦୀର୍ଘ ଦିନ ପରେ ପୁଣିଥରେ ଖଣି କେେଳଙ୍କାରୀର ଗନ୍ଧ ବାହାରିଲାଣି। ପୂର୍ବଥର ବିଧାନସଭାରେ ସରକାରୀ ଦଳର ଜଣେ ସଦସ୍ୟଙ୍କ ପ୍ରଶ୍ନରୁ ଏହି ପ୍ରସଙ୍ଗ ସାମ୍ନାକୁ ଆସିଥିଲା। ଆଜି ଶୂନ୍ୟକାଳରେ ରାଜପଥ ଅବରୋଧ ସଂପର୍କରେ ଦଳମତ ନିର୍ବିେଶଷରେ ବିଧାୟକମାନେ ତଥ୍ୟ ରଖୁଥିବା ବେଳେ ଏହି ଦୁର୍ନୀତି ସଂପର୍କରେ ଠାରିବାକୁ ଭୁଲିନାହାନ୍ତି।

ବିେରାଧୀ ଦଳ ମୁଖ୍ୟ ସଚେତକ େମାହନ ମାଝୀ କହିଛନ୍ତି, ୨୦୨୦ରେ ଖଣି ଖନନ ବନ୍ଦ େହାଇଯିବ। ଏହା ପରେ ନିଲାମ ପ୍ରକ୍ରିୟା ଆରମ୍ଭ ହେବ। ଏଣୁ ପଟ୍ଟାଦାରମାନେ ତା ପୂର୍ବରୁ ଖଣିରୁ ଯଥେଚ୍ଛା ଉତ୍ତୋଳନ ପାଇଁ ସବୁ ଆଇନକୁ ଭାଙ୍ଗିବା ଆରମ୍ଭ କରିଛନ୍ତି। ସବୁ ନିୟମକୁ ଜଳାଞ୍ଜଳି ଦେଇସାରିଲେଣି। ମାଇନିଂ ପ୍ଲାନର େଖାଲା ଉଲ୍ଲଂଘନ ଚାଲିଛି। ଉଦାହରଣ ଆଳରେ କହିଛନ୍ତି, େଯଉଁମାନଙ୍କୁ ଦୈନିକ ୧୦୦୦ ଟନ୍ ଉତ୍ତୋଳନ ଲାଗି ନିର୍ଦେଶ ରହିଛି, ସେମାନେ ୨୫ ହଜାର ଟନ୍ ଉତ୍ତୋଳନ କରୁଛନ୍ତି। ପରିଣାମ େହଲା, ୫ ହଜାର ଟ୍ରକ୍ ସ୍ଥାନରେ ୨୫ ହଜାର ଟ୍ରକ୍ ରାସ୍ତା ଉପରେ। ପରିବହନ ବଢ଼ିଛି ଓ ରାଜପଥ ଜାମ୍ େହାଇଯାଉଛି।

ଶ୍ରୀ ମାଝୀଙ୍କ ମନ୍ତବ୍ୟ ଉପରେ ରାଜ୍ୟ ସରକାର କିମ୍ବା ଅନ୍ୟ କୌଣସି ଦଳ ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି। କିନ୍ତୁ ରାଜ୍ୟରେ ପୁଣି ଥରେ ଖଣି କେେଳଙ୍କାରୀ ଆରମ୍ଭ େହାଇଗଲାଣି, ଏହା େକଉଁଠି ନା େକଉଁଠି ସୂଚାଇ ଦେଇଛି।

ଆଜି ଶୂନ୍ୟକାଳରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର ଜାତୀୟ ରାଜପଥ ଅବରୋଧ ସଂପର୍କରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କହିଥିଲେ, ପାଣିକୋଇଲି-ରାଜାମୁଣ୍ଡା ରାସ୍ତାକୁ ଟ୍ରକମାନେ ଅବରୋଧ କରିି ରଖୁଛନ୍ତି। ଯାନବାହନ ଚଳାଚଳ ଏକରକମ ଠପ୍ େହାଇଗଲାଣି। ରାତି କଥା ଦୂରେ ଥାଉ ଦିନରେ ବି ଯା’ଆସ କରିହେଉନାହିଁ। ପୂର୍ବରୁ ଏ ସଂକ୍ରାନ୍ତରେ ଏକ ବୈଠକ େହାଇଥିଲା। ଏହାର ସାମାନ୍ୟତମ ପ୍ରଭାବ ପଡ଼ିଲାନି। ଆଗକୁ ଲୁହାପଥର ପରିବହନ ଆଦି ବଢ଼ିବ। ସେତେବେଳେ ଗାଡ଼ି କେମିତି ଚାଲିବ? ୬ େଲନ୍ ରାସ୍ତା ହେବା କଥା। ଏଯାଏ ୪ ଲେନ୍ ସରିଲାନି।

ସେ କହିଥିଲେ, ୮୦ ପ୍ରତିଶତ କାମ ସରିବା ପରେ େଟାଲ୍ ଆଦାୟ ଆରମ୍ଭ େହବା କଥା। ତାର ଦୁଇ ମାସ ମଧ୍ୟରେ କାର୍ଯ୍ୟ ସରିବା କଥା। େଟାଲ୍ ଆଦାୟ କରିଦେଲେ, ଅଥଚ କାମ ସରୁନାହିଁ କାହିଁକି? ଶ୍ରୀ ପାତ୍ରଙ୍କ କଥାକୁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ସମର୍ଥନ କରିଥିଲେ। ରାଜାମୁଣ୍ଡାରୁ େକାଇଡ଼ା ଯାଏ ରାଜପଥର ଦୁର୍ଦ୍ଦଶା ବର୍ଣ୍ଣନା କରିଥିଲେ।

ବିେରାଧୀଦଳ ମୁଖ୍ୟ ସଚେତକ େମାହନ ମାଝୀ ପାଣିକୋଇଲିରୁ ରିମୁଳି (ଜାତୀୟ ରାଜପଥ ୨୦) ଦୀର୍ଘ ୧୬୦ କିେଲାମିଟର ରାସ୍ତାର ଦୁରବସ୍ଥା କଥା କହିଥିଲେ। କେବଳ ସେତିକି ନୁେହଁ, ଏନ୍ଏଚ୍ ୫୨୦ ରିମୁଳିରୁ ରାଜାମୁଣ୍ଡା (୧୧୦ କିେଲାମିଟର), ଏନ୍ଏଚ୍ ୪୯, ସମ୍ବଲପୁର-େକାଲକାତା ଓ ଏନ୍ଏଚ୍ ୨୦, ରିମୁଳିରୁ ଚାଇଁବସା ଯାଏ ଜାତୀୟ ରାଜପଥରେ େଦଖା ଦେଇଥିବା ଅଚଳାବସ୍ଥା ସଂପର୍କରେ ବାଚସ୍ପତିଙ୍କୁ ଜଣାଇଥିଲେ। ହଠାତ୍ ପରିସ୍ଥିତି ଅଣାୟତ୍ତ ‌େହବାର କାରଣ ଖଣିଜ ପରିବହନ େବାଲି ସେ ସୂଚାଇଥିଲେ।

ଶ୍ରୀ ମାଝୀ କହିଥିଲେ, ଏନ୍ଏଚ୍ ୨୦ରେ ୧୬୦ କିେଲାମିଟର ମଧ୍ୟରେ ୩ଟି େଟାଲ ଗେଟ୍ ରହିଛି। େଗାଟିଏ ଆନନ୍ଦପୁର ନିକଟସ୍ଥ ହସନପୁର, ଢେଙ୍କିେକାଟ ଓ ବନାେଯାଡ଼ି। ଥରେ େଟାଲଗେଟ୍ କରି ଟଙ୍କା ଆଦାୟ େହବାପରେ ୯୦ ଦିନ ମଧ୍ୟରେ କାମ ସରିବା କଥା। ଅନ୍ୟଥା କର୍ତୃପକ୍ଷ ପ୍ରତିଦିନ ୭୧ ହଜାର ଟଙ୍କା ଜରିମାନା ଦେବେ। ଏଥିରୁ କୌଣସି େଗାଟିଏ କଥା ବି ପାଳନ ହେଲା ନାହିଁ। ଓଲଟା ମାସେ ଭିତରେ ଏଠାରେ ୩୫ ଜଣ ପ୍ରାଣ ହରାଇଛନ୍ତି େବାଲି ଶ୍ରୀ ମାଝୀ କହିଥିଲେ।

ସମ୍ବନ୍ଧିତ ଖବର