ଗାୟଗଣ୍ଡା ଓ କୋକଳବା ପଞ୍ଚାୟତରେ ମନ୍ତ୍ରୀ ଆରୁଖଙ୍କ କୋଭିଡ ସଚେତନତା ସହ ନୂତନ ପ୍ରକଳ୍ପର ଉଦ୍‌ଘାଟନ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ୍ ଅଧିନ ଗାୟଗଣ୍ଡା ଓ କୋକଳବା ପଞ୍ଚାୟତରେ ରାଜ୍ୟ ଜଙ୍ଗଲ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କୋରନାରୁ ସୁରକ୍ଷିତ ରହିବା ପାଇଁ ସଚେତନତା ପଦଯାତ୍ରାରେ ସାମିଲ ହେବା ସହ କେତେକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି। ଗାୟଗଣ୍ଡା ପଞ୍ଚାୟତରୁ ପ୍ରଥମେ ଏହି ଶୋଭାଯାତ୍ରା ଆରମ୍ଭ ହୋଇଥିବା ବେଳେ ସେଠାରୁ ପଟାଙ୍ଗି ଗ୍ରାମରେ ଏକ ଅଙ୍ଗନବାଡି କେନ୍ଦ୍ରର ଉଦ୍‌ଘାଟନ କରିଥିଲେ। ଏହାପରେ ସେ କଳିଙ୍ଗପଦର ନିକଟରେ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପର ଲୋକାର୍ପଣ କରିଥିଲେ। ସେଠାରେ ଜନ ସଚେତନତା ପଦଯାତ୍ରାରେ ସାମିଲ ହୋଇଥିଲେ।

ଏହାପରେ କୋକଳବା ପଞ୍ଚାୟତର ଜାଡଧାର ଗ୍ରାମରେ ଶୋଭାଯାତ୍ରା ଅନୁଷ୍ଠିତ ହେବା ସହ କରୋନା ମହାମାରୀ ସମଗ୍ର ବିଶ୍ବକୁ କବଳିତ କରିଥିବା ବେଳେ ଏଥିରୁ ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ପାଇଁ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ମାନଙ୍କ କାର୍ଯ୍ୟଧାରା ଉଚ୍ଚ ପ୍ରଶଂସନୀୟ ବୋଲି କହିଥିଲେ। ସାରା ଦେଶରେ କୋରାନାକୁ ନେଇ ସଂର୍ଘଷ ଜାରି ରହିଥିବା ବେଳେ ଆମ ସରକାର  ରାଜ୍ୟବାସୀଙ୍କ ପାଇଁ କରୁଥିବା କରୋନା ମୁକାବିଲା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ବୋଲି ଶ୍ରୀ ଆରୁଖ ପ୍ରକାଶ କହିଥିଲେ। ତେଣୁ ବର୍ତ୍ତମାନ ଜୀବିକା ପାଇଁ କଟକଣା କୋହଳ କରାଯାଇଥିଲେ ମଧ୍ୟ କରୋନା ସଂକ୍ରମଣ ଆଶଙ୍କା ସଂପୂର୍ଣ୍ଣ ଦୂରେଇ ଯାଇ ନଥିବାରୁ କୋଭିଡ ନିୟମ ପାଳନ କରିବା ପାଇଁ ଲୋକ ମାନଙ୍କୁ ନିବେଦନ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଶୂଳପାଣି ଶତପଥି ସଂଯୋଜନା କରୁଥିବା ବେଳେ ସାଂସଦ ପ୍ରତିନିଧି ବିପ୍ର ଚରଣ ବାରିକ, ବ୍ଳକ୍ ଅଧ୍ୟକ୍ଷା ଗୀତାଞ୍ଜଳି ପ୍ରଧାନ, ଉପାଧ୍ୟକ୍ଷ ହିଂମାଶୁ ଶେଖର ବାରିକ, ବିଜେଡି ବ୍ଳକ୍ ସଭାପତି ମହୋନ ପ୍ରଧାନ, ଉପସଭାପତି ପ୍ରଭାତ ଚନ୍ଦ୍ର ଦଳବେହେରା, କୋକଳବା ସରପଞ୍ଚ ନିର୍ମଳ ଚନ୍ଦ୍ର ନାୟକଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ଓ ସାଧାରଣ ନାଗରିକ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର