ମନ୍ତ୍ରୀପୁଅଙ୍କ ଜାମିନ୍‌ ଖାରଜ

ଆନନ୍ଦପୁର : ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ତଥା ପୂର୍ବତନ ବ୍ଲକ ଅଧୢକ୍ଷ ଦେବାଶିଷ ପାତ୍ରଙ୍କୁ ଆଜି ଦୁଇଟି ମାମଲାରେ ଘସିପୁରା ଗ୍ରାମ୍ୟ ନ୍ୟାୟାଳୟରେ ହାଜର କରାଯାଇଥିଲା। ଉଭୟ ମାମଲାର ଜାମିନ୍‌ ଆବେଦନକୁ ବିଚାରପତି ଖାରଜ କରି ଦେଇଛନ୍ତି। ଜାମିନ ଖାରଜ ପରେ ପୁଣି ଦେବାଶିଷଙ୍କୁ ଜେଲ୍‌ ଯିବାକୁ ପଡ଼ିଛି।
ଶୈଲଙ୍ଗରେ ଗତ ୬ ତାରିଖ ଅପରାହ୍‌ଣରେ ୬ ଜଣ ଦଳିତ ଯୁବକଙ୍କୁ ହଣାକଟା ମାମଲାରେ ଦେବାଶିଷ ଗତ ୨୦ ତାରିଖରୁ ଗିରଫ ହୋଇ କେନ୍ଦୁଝର ଜେଲ୍‌ରେ ଅଛନ୍ତି। ସେହିପରି ଘସିପୁରା ଥାନା କେସ୍‌ ନମ୍ବର ୧୮୧ରେ ଆନନ୍ଦପୁର ପୌର ଉପାଧୢକ୍ଷ ସୁରେଶ ସାହୁଙ୍କ ଉପରେ ଆକ୍ରମଣ ଓ ୧୮ତାରିଖରେ ପଦନାରେ ଅଭିଯୁକ୍ତ ପ୍ରଦୀପ ସାହୁଙ୍କୁ ଗିରଫ କରିବାବେଳେ ପୁଲିସ୍‌ ଉପରେ ଆକ୍ରମଣ ଘଟଣାରେ ଦେବାଶିଷଙ୍କୁ ଆଜି ଦିନ ୧୦ଟାବେଳେ କୋର୍ଟରେ ହାଜର କରାଯାଇଥିଲା। ଏଥିପାଇଁ ଆଜି ତାଙ୍କୁ କେନ୍ଦୁଝର ଜେଲ୍‌ରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଘସିପୁରା ଅଣାଯାଇଥିଲା। ଦେବାଶିଷଙ୍କ ପକ୍ଷରୁ ଜାମିନ୍‌ ଆବେଦନ କରାଯାଇଥିଲା। ତେବେ ବିଚାରପତି ପବିତ୍ରାନନ୍ଦ ପ୍ରଧାନ ଆବେଦନକୁ ଖାରଜ କରିବାରୁ ତାଙ୍କୁ ପୁଣି କେନ୍ଦୁଝର ଜେଲ୍‌କୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର