ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କଠାରୁ ଧାନସଂଗ୍ରହ ବାବଦକୁ ରାଜ୍ୟ ପ୍ରଭିଜନାଲ ଓ ଅଗ୍ରୀମ ସବସିଡି ବାବଦକୁ ପାଇବାକୁ ଥିବା ବକେୟା ୬୦୩୯ କୋଟି ଟଙ୍କା ତୁରନ୍ତ ଯୋଗାଇଦେବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତିା ଆଜି ମନ୍ତ୍ରୀ ଶ୍ରୀ ସ୍ୱାଇଁ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋଏଲଙ୍କୁ ଏକ ପତ୍ର ଲେଖି ଜଣାଇଛନ୍ତି ଯେ କେନ୍ଦ୍ର ସରକାରଙ୍କଠାରୁ ଧାନସଂଗ୍ରହ ବାବଦକୁ ସବସିଡି ଅର୍ଥ ଠିକ୍ ସମୟରେ ପାଉ ନଥିବାରୁ ଧାନସଂଗ୍ରହ କ୍ଷେତ୍ରରେ ଅସୁବିଧା ଉପୁଜୁଛିା ରାଜ୍ୟରେ ଧାନସଂଗ୍ରହ ନିମନ୍ତେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ୧୫, ୦୦୦ କୋଟି ଟଙ୍କା ବ୍ୟାଙ୍କ ଋଣ କରିଥିବାବେଳେ ସବସିଡି ବାବଦକୁ ପ୍ରାପ୍ୟ ୬୦୩୯ କୋଟି ଟଙ୍କା ଠିକ୍ ସମୟରେ ନ ପାଇବା ଦ୍ୱାରା ନିଗମ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି ଏବଂ ଧାନସଂଗ୍ରହ କାର୍ଯ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛିା
ରାଜ୍ୟରେ ଖରିଫ୍ ଧାନସଂଗ୍ରହ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି ଏବଂ ଅଦ୍ୟାବଧି ଗତବର୍ଷ ତୁଳନାରେ ଆଜି ପର୍ଯ୍ୟନ୍ତ ୨୨ ପ୍ରତିଶତରୁ ଅଧିକ ଖରିଫ ଧାନସଂଗ୍ରହ କରାଯାଇସାରିଲାଣିା ଅଧିକ ସଂଖ୍ୟାରେ ଚାଷୀ ଧାନ ବିକି୍ର କରି ସର୍ବନିମ୍ନ ସହାୟକ ମୂଲ୍ୟର ଲାଭ ପାଇପାରିଛନ୍ତିା ରାଜ୍ୟରେ କୃଷି କ୍ଷେତ୍ରରେ ସର୍ବାଧିକ ଲୋକ ନିୟୋଜିତ ହୋଇଥିବାବେଳେ ଏହା ଲକ୍ଷ ଲକ୍ଷ ଚାଷୀଙ୍କ ଆୟବୃଦ୍ଧିରେ ସହାୟକ ହୋଇପାରିବା ସହିତ କୃଷି ତଥା ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହୋଇପାରୁଛିା ଧାନସଂଗ୍ରହ କ୍ଷେତ୍ରରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯିବା ସହ ଧାନ ବିକ୍ରିଲବ୍ଧ ଅର୍ଥ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅନ୍ଲାଇନ୍ ମାଧ୍ୟମରେ ସିଧାସଳଖ ପ୍ରଦାନ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଉଲ୍ଲେଖ କରିଛନ୍ତିା
କୋଭିଡ୍-୧୯ ଭଳି ଅସ୍ୱାଭାବିକ ସ୍ଥିତିରେ ମଧ୍ୟ ରାଜ୍ୟ ସରକାର ଦୂରଦୂରାନ୍ତ ଏବଂ ଅଗମ୍ୟ ଅଞ୍ଚଳଗୁଡ଼ିକର ଚାଷୀମାନଙ୍କଠାରୁ ଧାନସଂଗ୍ରହ କରିପାରିଛିା ଏଥି ସହିତ କୋଭିଡ୍-୧୯ ଯୋଗୁଁ ପ୍ରଭାବିତ ଦେଶର ଅର୍ଥନୀତିର ପୁନରୁଦ୍ଧାର ଦିଗରେ କୃଷି ବିଶେଷ ଭୂମିକା ରହିଥିବାରୁ କେନ୍ଦ୍ର ସରକାର କୃଷି କ୍ଷେତ୍ରକୁ ସମସ୍ତ ପ୍ରକାରର ସହଯୋଗ ଯୋଗାଇଦେବା ଉଚିତ ବୋଲି କହିଛନ୍ତିା
ଏଥି ସହିତ ଭାରତୀୟ ଖାଦ୍ୟ ନିଗମ ଦ୍ୱାରା ଚଳିତ ଖରିଫ୍ ଋତୁ ୨୦୨୦-୨୧ରେ ରାଜ୍ୟରୁ ଗତବର୍ଷ ତୁଳନାରେ ୫୦ ପ୍ରତିଶତ ଉଷୁନା ଚାଉଳ ଉଠାଣ ଏବଂ ରବି ଋତୁରେ କେବଳ ଅରୁଆ ଚାଉଳ ସଂଗ୍ରହ କରିବ ବୋଲି ଜଣାଇଥିବା ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସଂଶୟ ବ୍ୟକ୍ତ କରିଛନ୍ତିା
୨୦୦୩-୦୪ ଖରିଫ୍ ବିପଣନ ବର୍ଷଠାରୁ ରାଜ୍ୟ ସରକାର ବିକେନ୍ଦ୍ରୀକରଣ ସଂଗ୍ରହ ବ୍ୟବସ୍ଥାରେ ସର୍ବନିମ୍ନ ସହାୟକ ମୂଲ୍ୟ ଜରିଆରେ ଚାଷୀମାନଙ୍କଠାରୁ ସିଧାସଳଖ ଧାନସଂଗ୍ରହ କରୁଛନ୍ତିା ରାଜ୍ୟ ସରକାରଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଓଡ଼ିଶା କେନ୍ଦ୍ରୀୟ ଖାଦ୍ୟ ଭଣ୍ଡାରକୁ ଚତୁର୍ଥ ସର୍ବାଧିକ ଖାଦ୍ୟଶସ୍ୟ ଯୋଗାଣକାରୀ ରାଜ୍ୟର ମାନ୍ୟତା ହାସଲ କରିଛି। ଓଡ଼ିଶା ମୁଖ୍ୟତଃ ଏକ ଉଷୁନା ଚାଉଳ ବ୍ୟବହାରକାରୀ ରାଜ୍ୟ ଅଟୋ ରାଜ୍ୟର ୩୦ଟି ଜିଲ୍ଲାରୁ ମାତ୍ର ୬ଟି ଜିଲ୍ଲାର ଲୋକମାନେ ଅରୁଆ ଚାଉଳ ଖାଇ ଥାଆନ୍ତିା ରାଜ୍ୟରେ ଅଧିକାଂଶ ଧାନ ମିଲ କେବଳ ଉଷୁନା ଚାଉଳ ପ୍ରସ୍ତୁତ କରିଥାଆନ୍ତିା ରବି ଋତୁରେ ଭାରତୀୟ ଖାଦ୍ୟ ନିଗମ କେବଳ ଅରୁଆ ଚାଉଳ ଉଠାଣ ଓ ଚଳିତ ଖରିଫ୍ରେ ଗତବର୍ଷ ତୁଳନାରେ କେବଳ ୫୦ ଭାଗ ଉଷୁନା ଚାଉଳ ଉଠାଣ ବ୍ୟବସ୍ଥା ରାଜ୍ୟକୁ ବିଶେଷ ଭାବରେ କ୍ଷତିଗ୍ରସ୍ତ କରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତିା
ରାଜ୍ୟରେ ସାଧାରଣ ବଣ୍ଟନ ବ୍ୟବସ୍ଥା ଓ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନାରେ ପ୍ରାୟ ୨୪ ଲକ୍ଷ ମେଟି୍ରକ ଟନ ଚାଉଳ ବ୍ୟବହାର ହୋଇଥାଏା ଭାରତୀୟ ଖାଦ୍ୟ ନିଗମ ଦ୍ୱାରା ଚଳିତ ଖରିଫ ବିପଣନ ଋତୁରେ ପ୍ରାୟ ୩୦ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉଠାଣର ଆବଶ୍ୟକତା ରହିଛିା ତେଣୁ ବଳକା ଚାଉଳ ଉଠାଣରେ ଭାରତୀୟ ଖାଦ୍ୟ ନିଗମ ଦ୍ୱାରା ଜାରି କରାଯାଇଥିବା କଟକଣା ସଂପର୍କରେ ପୁନର୍ବିଚାର କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଉଲ୍ଲେଖ କରିଛନ୍ତିା
ଏହି ପରିପ୍ରେକ୍ଷୀରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗୋଏଲ୍ ଉପରୋକ୍ତ ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି ଯେପରି ରାଜ୍ୟର ଧାନ ସଂଗ୍ରହ ଓ ଚାଉଳ ଯୋଗାଣ କାର୍ଯ୍ୟ ସୁଚାରୁରୂପେ ହୋଇପାରିବା