ଲକ୍ଷ୍ମୀପୁର : ଲକ୍ଷ୍ମୀପୁର ବ୍ଲକ ମିନାଇପାଇ ବାଳିକା ସେବାଶ୍ରମର ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି। ଏହି କ୍ରୀଡାକୁ ଆନୁଷ୍ଠାନିକ ଭାବେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ। ଶୁଭାରମ୍ଭ ପୁର୍ବରୁ ମନ୍ତ୍ରୀ ସ୍କୁଲର ବିଭିନ୍ନ ସମସ୍ୟା ଉପରେ ପଚାରି ବୁଝିଥିଲେ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ସେବାଶ୍ରମରେ ପାନୀୟ ଜଳ ବଡ ସମସ୍ୟା ଥିବା ସହ ଖେଳ ପଡିଆ ଓ ବିଜୁଳି ବାରମ୍ବାର ବିଭ୍ରାଟ ହେଉଥିବା ବିଷୟରେ ଅଭିଯୋଗ କରିଥିଲେ। ମନ୍ତ୍ରୀ ସେବାଶ୍ରମର ସମସ୍ୟାଗୁଡିକ ହୃଦୟଙ୍ଗମ କଲାପରେ ଏଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାତି ବେହେରାଙ୍କୁ କହିଥିଲେ।

Advertisment

ମନ୍ତ୍ରୀଙ୍କ ସହ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ସେଠାରୁ ଆସି ପୂର୍ବତନ କୋରାପୁଟ ସାଂସଦ ଝିନ୍ନ ହିକକାଙ୍କ ଲକ୍ଷ୍ମୀପୁର ବଜାରରେ ଥିବା ବାସ ଗୃହରେ ପହଚିଂ ହିକକାଙ୍କ ସମେତ ଗାଁର ବରେଣ୍ୟ ବ୍ୟକ୍ତି ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କିଛି ସମୟ ପାଇଁ ଲକ୍ଷ୍ମୀପୁର ଅଚଂଳର ବିଷୟକୁ ନେଇ ଆଲୋଚନା କରିଥିଲେ।