କୋଇଡ଼ା: ଆଜି ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ କୋଇଡ଼ା ଗସ୍ତ କରିଥିଲେ। ପ୍ରଥମେ ସରସ୍ଵତୀ ଶିଶୁ ମନ୍ଦିର ନୂତନ ଶ୍ରେଣୀଗୃହ ଉଦଘାଟନ କରିଥିଲେ। ପରେ କୋଇଡ଼ା ମଣ୍ଡଳ ଟ୍ରକ୍ ଏବଂ ଟିପର୍ ମାଲିକ ସଂଘ ଉଦଘାଟନ ସମାରୋହରେ ଯୋଗଦେଇ ଆରାଧ୍ୟ ଦେବାଦେବୀଙ୍କ ନିକଟରେ ପୁଷ୍ପମାଲ୍ୟ ଅର୍ପଣ ସହ ଦୀପ ପ୍ରଜଳନ କରି ସଭାକାର୍ଯ୍ୟ ଓ ରିବନ୍ କାଟି ଆନୁଷ୍ଠାନିକ ଭାବେ ସଂଘକୁ ଉଦଘାଟନ କରିଥିଲେ। କହିଥିଲେ ଯେ, କୋଇଡ଼ାର ସମଗ୍ର ବିକାଶ ପାଇଁ ବହୁ ଉନ୍ନତିମୂଳକ କାର୍ଯ୍ୟ କରାଯାଇଛି ଓ ଜିଲ୍ଲା ଖଣିଜ ପାଣ୍ଠି ଜରିଆରେ ଆଗକୁ ଆହୁରି ବିକାଶମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।
ଏଥିସହ କୋଇଡ଼ା ଖଣି ଅଞ୍ଚଳର ମୁଖ୍ୟ ଜୀବିକା ରହିଛି ଟ୍ରକ୍ ଟିପରରେ ଖଣି କଞ୍ଚାମାଲ୍ ପରିବହନ। କିନ୍ତୁ ଗାଡ଼ି ମାଲିକମାନେ ଆଜି ଦେବାଳିଆ ହୋଇ ତଳିତଳାନ୍ତ ହେବାକୁ ବସିଲେଣି। ଗାଡ଼ିମାଲିକଙ୍କ ଉଦ୍ଧାର ନିମନ୍ତେ ନୂତନ ପରିକଳ୍ପନା ସହ ଗଠନ ହୋଇଛି ପଞ୍ଜିକୃତ ସଂସ୍ଥା କୋଇଡ଼ା ମଣ୍ଡଳ ଟ୍ରକ୍ ଏବଂ ଟିପର୍ ମାଲିକ ସଂଘ (୧/୩୦୨୦୨୫୦୩୦୦୦୧୫/୨୦୨୫) ଯାହା ଆଗାମୀ ଦିନରେ ଆଶାର ଆଲୋକ ସାଜି ନୁଆ ରୋଜଗାରର ପନ୍ଥା ସୃଷ୍ଟି କରିବାରେ ସହାୟକ ହେବ। 
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସମେତ ଜିଲ୍ଲା ବିଜେପି ସଭାପତି ପୁର୍ଣ୍ଣିମା କେରକେଟା, ରାଜ୍ୟ କମିଟି ସଭ୍ୟ ରାହାସ ବିହାରୀ ପ୍ରଧାନ, ରାଜ୍ୟ ସଂଯୋଜକ ଯଞ ପ୍ରସାଦ ସାହୁ, ପୂର୍ବତନ ବଣାଇଁ ମଣ୍ଡଳ ଜିଲ୍ଲା ସଭାପତି ମନୋଜ ପ୍ରଧାନ, ଜିଲ୍ଲା କୋଷାଧ୍ୟକ୍ଷ ଚେତନାଦିପ୍ତ ନାୟକ, କୋଇଡ଼ା ମଣ୍ଡଳ ସଭାପତି ରାମଚନ୍ଦ୍ର ପଲେଇ, ପୂର୍ବତନ ସଭାପତି ମେଲେରି ବାରିକ, କୋଇଡ଼ା ମଣ୍ଡଳ ଟ୍ରକ୍ ଏବଂ ଟିପର୍ ମାଲିକ ସଂଘ ସଭାପତି ଦିପକ ଜ୍ୟୋତି ବାର୍ଲା, ସମ୍ପାଦକ ସାନ୍ତନୁ ବାରିକ, କୋଷାଧ୍ୟକ୍ଷ ରାମ ପ୍ରକାଶ ଜୟସ୍ୱାଲ, ଉପସଭାପତି ବ୍ରଜ ବନ୍ଧୁ ରାଉତ, ସହ ସମ୍ପାଦକ ରାଜେନ୍ଦ୍ର ରଣା, ଦୁର୍ଗା ପ୍ରସାଦ ଜୟସ୍ୱାଲ, ରାଜେଶ ଜୟସ୍ୱାଲ, କପିଳେଶ୍ୱର ଦାସ, ଜୟନ୍ତୀ ମହାନ୍ତ, ଦିବ୍ୟମଞ୍ଜରୀ ଶେଖର ଦେଓ, ମହେଶ ସାହା, ସୁଶାନ୍ତ ଧଳ, ଆନନ୍ଦ ସିଂ ପ୍ରମୁଖଙ୍କ ସହ ହଜାରରୁ ଉର୍ଦ୍ଧ୍ଵ ବିଜେପି କର୍ମୀ ଓ ସଦସ୍ୟ ଉପସ୍ଥିତ ରହିଥିଲେ। ଶାନ୍ତି ଶୃଙ୍ଖଳା ପାଇଁ କୋଇଡ଼ା ତହସିଲଦାର ନିର୍ମଲ ବିଶ୍ୱାଳ, ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ପତି, ବିଡିଓ ସମେନ୍ଦ୍ର ସାରା ମହଜୁଦ୍ ରହିଥିଲେ।
Jual Oram | Odisha | sundargarh
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/09/2025-07-09t140418003z-303a0e67-a2aa-4acf-8f08-768d7ad5fbb9-2025-07-09-19-34-16.jpg)
/sambad/media/media_files/2025/08/24/88466784-595d-4cbb-86eb-a31a114f71b5-2025-08-24-20-18-04.jpg)
