ଝାରସୁଗୁଡ଼ା: ଶୁକ୍ରବାର ସକାଳ ୯ଟା ବେଳେ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ଝାରସୁଗୁଡ଼ା ବିମାନ ବନ୍ଦର ପରିଦର୍ଶନରେ ଆସିଥିଲେ। ଆସନ୍ତା ସେପ୍ଟେମ୍ବର ୨୨ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତ ସମୟରେ ଏହି ବିମାନ ବନ୍ଦର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।
ଜୁଏଲ୍ ଓରାମ୍ଙ୍କ ସହ ବ୍ରଜରାଜନଗର ବିଧାୟିକା ରାଧାରାଣୀ ପଣ୍ଡା, ଏୟାର୍ପୋର୍ଟର ନିର୍ଦେଶକ ଏସ୍. କେ. ଚୌହାନ୍ ଓ ଏୟାର୍ ଓଡ଼ିଶାର ଅଧିକାରୀମାନେ ମଧ୍ୟ ବିମାନ ବନ୍ଦର ପରିଦର୍ଶନ କରିଛନ୍ତି।
ସେପ୍ଟେମ୍ବର ୨୨ ତାରିଖରୁ ଏଠାରୁ ପ୍ରଥମ ବିମାନ ଉଡ଼ାଣ ଆରମ୍ଭ କରିବ।
ବିମାନ ବନ୍ଦର ଉଦ୍ଘାଟନ କରିବା ସହିତ ପ୍ରଧାନମନ୍ତ୍ରୀ ମୋଦି ସରଡ଼େଗା-ଝାରସୁଗୁଡ଼ା ରେଳପଥ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ପ୍ରାୟ ୧ ଲକ୍ଷ ଲୋକଙ୍କ ସମାଗମ ପାଇଁ ଆୟୋଜନ କରାଯାଇଥିବା ସଭାରେ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/jharsuguda-airport.jpg)