ଭୁବନେଶ୍ବର : ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କରୋନା ସଂକ୍ରମିତ ହୋଇଛନ୍ତି। ଏହି ସୂଚନା ସେ ନିଜେ ଟୁଇଟ୍ କରି ଦେଇଛନ୍ତି। ଏଥିସହ ସେ ଗତ ଏକ ସପ୍ତାହ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କରୋନା ପରୀକ୍ଷା କରାଇନେବା ଲାଗି ଅନୁରୋଧ କରିଛନ୍ତି।
Mid March'20 onwards doing public & official works. Not missed a day. Tried hard during this pandemic people don't feel alone & worked as desired by Hon'ble C.M. Finally Covid-19 caught hold of me. Who're in my contacts in last 7days please isolate. Last pic y'day. @CMO_Odishapic.twitter.com/bPHsKQLFE7
— Jyoti Prakash Panigrahi (@panigrahi_jp) September 7, 2020
ପର୍ଯ୍ୟଟନ ମନ୍ତ୍ରୀଙ୍କ ପୂର୍ବରୁ ରାଜ୍ୟ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏବଂ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କରୋନା ସଂକ୍ରମିତ ହୋଇସାରିଛନ୍ତି।