ମନ୍ତ୍ରୀ ନବ ଦାସ ଭୁବନେଶ୍ବରରୁ ଆସି ପହଞ୍ଚିଥିଲେ ୧୦ଟା ୫୫ରେ

ମନ୍ତ୍ରୀ ନବ ଦାସ ଭୁବନେଶ୍ବରରୁ ଆସି ପହଞ୍ଚିଥିଲେ ୧୦ଟା ୫୫ରେ

The Indian Express

ଝାରସୁଗୁଡ଼ା : ମନ୍ତ୍ରୀ ନବ ଦାସ ଗତ କିଛିଦିନ ହେଲା ହେଲିକପ୍ଟରରେ ଯାତାୟାତ କରୁଥିଲେ। ଗତ ୨୬ ତାରିଖ ଦିନ ଭବାନୀପାଟଣାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଯୋଗଦାନ ପାଇଁ ସେ ହେଲିକପ୍ଟର ଯୋଗେ ଯାଇ ପୁଣି ଫେରିଆସିଥିଲେ। ଝାରସୁଗୁଡ଼ା କୋଲାବିରାଠାରେ କିଛି କାର୍ଯ୍ୟକ୍ରମରେ ସେ ୨୭ରେ ଯୋଗଦାନ କରି ପୁଣି ଭୁବନେଶ୍ବର ଫେରିଯାଇଥିଲେ।

ରବିବାର ୧୦.୫୫ରେ ସେ ହେଲିକପ୍ଟର ଯୋଗେ ଆସି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରଠାରେ ପହଞ୍ଚି ସେଠାରୁ ସିଧାସଳଖ କିସାନପଡ଼ା ଯାଇ ୧୧.୧୫ରେ ମାଇକ୍ରୋ ଆକ୍ଟିଭିଟି ସେଣ୍ଟର ଉଦ୍‌ଘାଟନ କରିଥିଲେ। ସେଠାରୁ ସେ ବ୍ରଜରାଜନଗର ଅଭିମୁଖେ ଯାଇଥିଲେ। ଅପରାହ୍ନ ସାଢ଼େ ୩ ଟାରେ ଲଖନପୁର ବ୍ଲକ୍‌ ଭିକମପାଲି ଫ୍ରେଣ୍ଡ ଏଫ୍‌ସି କ୍ଲବ୍‌ଠାରେ ନରସିଂହ ବିଷ୍ଣୁପ୍ରିୟା ଫୁଟ୍‌ବଲ୍‌ କପ୍‌ ଟୁର୍ଣ୍ଣାମେଣ୍ଟରେ ଯୋଗଦାନ କରିବା ପରେ ସେଠାରୁ ପୁଣି ଭୁବନେଶ୍ବର ଫେରିଯିବାର କାର୍ଯ୍ୟକ୍ରମ ଥିଲା। ଭିକମପାଲି ଠାରେ ସେଥିପାଇଁ ଏକ ହେଲିପ୍ୟାଡ ମଧ୍ୟ ନିର୍ମାଣ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe