ସୁନ୍ଦରଗଡ଼: ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ପରେ କୌଣସି ବଡ଼ଧରଣର ଅଘଟଣ ଆଶଙ୍କା କରି ପୁଲିସ ଘଟଣାର ମୁଖ୍ୟ ଅଭିଯୁକ୍ତ ଏଏସଆଇ ଗୋପାଳ ଦାସଙ୍କୁ ଘଟଣାସ୍ଥଳରୁ ୩୯ କିଲୋମିଟର ଦୂର ସୁନ୍ଦରଗଡ଼ ନେଇ ଆସିଥିଲା। ରବିବାର ରାତିରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ସୁନ୍ଦରଗଡ଼ ଆସି ଶଙ୍କରାସ୍ଥିତ ପୁଲିସ ବାରାକରେ କଡ଼ାସୁରକ୍ଷା ବଳୟ ଭିତରେ ଅଟକ ରଖାଯାଇଥିବା ଅଭିଯୁକ୍ତ ଶ୍ରୀ ଦାସଙ୍କୁ ୩ ଘଣ୍ଟା ପଚରାଉଚରା କରିଛନ୍ତି। ତେବେ ତାଙ୍କୁ କ’ଣ ପଚରାଯାଇଛି ଓ ତାଙ୍କଠାରୁ କି ଉତ୍ତର ମିଳିଛି, ସେ ସମ୍ପର୍କରେ କ୍ରାଇମବ୍ରାଞ୍ଚ ଅଧିକାରୀ ମୁହଁ ଖୋଲି ନଥିଲେ ମଧ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସୁନ୍ଦରଗଡ଼ର ଭାରପ୍ରାପ୍ତ ଏସପି ମୁକେଶ ଭାମୁ ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ଗୋପାଳଙ୍କୁ ୫୦ରୁ ଅଧିକ ପ୍ରଶ୍ନ କରିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ ଶ୍ରୀ ବୋଥ୍ରା ।
କାହିଁକି ନବ ଦାସଙ୍କୁ ଗୁଳି କଲ, ମନ୍ତ୍ରୀଙ୍କ ସହ କଣ ପୂର୍ବ ଶତ୍ରୁତା ଥିଲା କି, ମନ୍ତ୍ରୀଙ୍କ ଉପରେ ପୁରୁଣା ରାଗ ଥିଲା କି। ହତ୍ୟା ପାଇଁ ପୂର୍ବରୁ ଯୋଜନା ଥିଲା କି, କେବେଠୁ ଯୋଜନା ହୋଇଥିଲା, ହତ୍ୟା ପଛର ଷଡ଼ଯନ୍ତ୍ରରେ କିଏ, ହତ୍ୟା ପଛରେ ରାଜନେତା କିମ୍ବା ବ୍ୟବସାୟୀ ଅଛନ୍ତି କି, କିଏ ଗୁଳି କରି ମନ୍ତ୍ରୀଙ୍କୁ ହଟାଇବାକୁ କହିଥିଲା, ସମସ୍ତଙ୍କ ସାମ୍ନାରେ ଗୁଳି ମାରି ହତ୍ୟା କରିବା ପଛର କାରଣ କ’ଣ, ତୁମର କିଛି ମାନସିକ ରୋଗ ଅଛି କି, କେବେଠୁ ଔଷଧ ଖାଉଥିଲ, ନିଜ ରୋଗ ସମ୍ପର୍କରେ ବିଭାଗକୁ ଜଣାଇଥିଲ କି? ଏପରି ଅନେକ ପ୍ରଶ୍ନ କ୍ରାଇମବ୍ରାଞ୍ଚ ଟିମ୍ ପଚାରି ହତ୍ୟାର ଖିଅ ଖୋଜିବାକୁ ଚେଷ୍ଟା ଚଳାଇଛନ୍ତି। ହେଲେ ଗୋପାଳ ହତ୍ୟା ସମ୍ପର୍କରେ କଣ କହିଛନ୍ତି, କ୍ରାଇମବ୍ରାଞ୍ଚ ପଚାରିଥିବା ପ୍ରଶ୍ନଗୁଡ଼ିକର କି ଉତ୍ତର ରଖିଛନ୍ତି ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ।
/sambad/media/post_attachments/wp-content/uploads/2023/01/1b18230d-1e3f-4fa8-8ac4-2048feeb5a15-1024x554.jpg)
ଏ ସମ୍ପର୍କରେ ଗଣମାଧ୍ୟମ ଆଗରେ ମୁହଁ ଖୋଲି ନାହାନ୍ତି ଅଧିକାରୀ। ତେବେ ଅଟକ ଗୋପାଳ ଦାସଙ୍କୁ ଦଫା ୩୦୨ରେ ଗିରଫ କରାଯାଇଥିବା ଏବଂ ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରାଯିବାକୁ କ୍ରାଇମବ୍ରାଞ୍ଚ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଥିବା ସୂଚନା ମିଳିଛି। ଏହା ମଧ୍ୟରେ ସୁନ୍ଦରଗଡ଼ରେ ଅଭିଯୁକ୍ତ ଗୋପାଳଙ୍କ ୧୬୧ ବୟାନ ରେକର୍ଡ କରାଯାଇଛି। ଏଯାଏ ଗୋପାଳଙ୍କୁ ପୁଲିସ ବାରାକରେ ରଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/583351de-4984-4862-8db9-58ca1b164c70.jpg)