ଉମରକୋଟ: ୭୮ତମ ସ୍ଵାଧୀନତା ଦିବସ ପାଳନ ତଥା ଆସନ୍ତାକାଲି ଠାରୁ ତ୍ରିରଙ୍ଗା ଯାତ୍ରା ଆରମ୍ଭ ହେଉଛି। ଏହାକୁ ଦୃଷ୍ଟିରେ ରଖି ସ୍ଵାଧୀନତା ସଂଗ୍ରାମରେ ଭାଗ ନେଇଥିବା ମହାପୁରୁଷ ଓ ସହରରେ ରହୁଥିବା ଅନ୍ୟ ମହାପୁରୁଷଙ୍କ ପ୍ରତିମୂର୍ତ୍ତିଗୁଡ଼ିକୁ ଉଚିତ୍ ସମ୍ମାନ ଦେବାକୁ ଆଗେଇ ଆସିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ନିଜ ନିର୍ବାଚନ ମଣ୍ଡଳୀ ଉମରକୋଟର ପୌରାଞ୍ଚଳରେ ରହୁଥିବା ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିଗୁଡ଼ିକ ସେ ସଫା କରିଛନ୍ତି।
/sambad/media/post_attachments/wp-content/uploads/2024/08/dac26203-fa46-48ff-8666-dfe525c5af7d.jpeg)
ଆଜି ସକାଳୁ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ବିଜେପି କର୍ମୀଙ୍କ ସହ ମିଶି ଉମରକୋଟ ଡାଙ୍ଗରୀଗୁଡା ଠାରେ ଥିବା ନେତାଜୀ ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତି ଠାରୁ ସଫା ଆରମ୍ଭ କରିଥିଲେ। ପରେ ଗୋପବନ୍ଧୁ ଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସହ ସହରର ରହିଥିବା ସମସ୍ତ ପ୍ରତିମୂର୍ତ୍ତିକୁ ସଫା କରିଥିଲେ। ସ୍ୱାଧୀନତା ଦିବସରେ ସମସ୍ତ ମହାପୁରୁଷଙ୍କୁ ସମ୍ମାନ ଦେବା ଉଚିତ। କୌଣସି ମହାପୁରୁଷଙ୍କୁ ଯେପରି ଅସନ୍ନମାନ ନହୁଏ ସେଥିପ୍ରତି ସମସ୍ତ ନାଗରିକ ସଚେତନ ହେବା ଆବଶ୍ୟକ ବୋଲି କହିଛନ୍ତି ମନ୍ତ୍ରୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/a65ec5d5-9be8-4ed9-b708-147aff8cbca5.jpeg)