ଭୁବନେଶ୍ବର: ଏବେ ବିଜେପି ଫୋକସରେ ଓଡ଼ିଶା। ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ, ଶ୍ରମ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ, ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଏବଂ ଆସନ୍ତାକାଲି ଓଡ଼ିଶା ଆସି ପହଞ୍ଚିବେ କେନ୍ଦ୍ର ଯୁବ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ନିଶିଥ ପରମାଣିକ। ବିଭିନ୍ନ ସଂସଦୀୟ କ୍ଷେତ୍ରକୁ ଫୋକସ କରିବ ବିଜେପି । କେନ୍ଦ୍ରମନ୍ତ୍ରୀମାନେ ଭିନ୍ନ ଭିନ୍ନ ସଂସଦୀୟ କ୍ଷେତ୍ରକୁ ଯାଇ ସମୀକ୍ଷା କରିବେ। ଏହାଛଡ଼ା କେନ୍ଦ୍ରୀୟ ଯୋଜନା ସହ ତୃଣମୂଳ ସ୍ତରରୁ ସଂଗଠନର ସମୀକ୍ଷା କରିବେ କେନ୍ଦ୍ରମନ୍ତ୍ରୀ।
ଏଣେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ। ସେ ଦୁଇ ଦିନ ଧରି କଟକ ଜିଲ୍ଲାରେ ବିଭିନ୍ନ ସରକାରୀ ଏବଂ ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେବେ। ଗସ୍ତ ନେଇ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ କହିଛନ୍ତି ସରକାରଙ୍କ କାର୍ଯ୍ୟକ୍ରମ ଏବଂ ଯୋଜନାର ସମୀକ୍ଷା ସହ ସଂଗଠନର ବି ସମୀକ୍ଷା ହେବ। ନିର୍ବାଚନ ଥାଉ କି ନ ଥାଉ ଏହି କାର୍ଯ୍ୟକ୍ରମ ହୁଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବଭାରତର ବିକାଶ ଲକ୍ଷ୍ୟ ରଖିଛନ୍ତି। କାହିଁକି ନା ପୁର୍ବ ଭାରତକୁ ଅବହେଳା ହୋଇଛି। ସେଥିପାଇଁ ୮ ବର୍ଷରେ ମୋଦୀ ପୂର୍ବଭାରତକୁ ପ୍ରାଥମିକତା ଦେଇ ଅନେକ ବିକାଶ କରିଛନ୍ତି।
ବିଜେପି ଫୋକସରେ ଓଡ଼ିଶା: ଭୁବନେଶ୍ବରରେ ପହଞ୍ଚିଲେ ଛଅ କେନ୍ଦ୍ରମନ୍ତ୍ରୀ
ଦୁଇ ଦିନରେ ୭ କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ
/sambad/media/post_attachments/wp-content/uploads/2022/07/nityananda-rai.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)