ଭୁବନେଶ୍ବର : ରାଜ୍ୟର ସମସ୍ତ ପ୍ୟାକ୍ସ ଏବଂ ସମବାୟ ସମିତି କାର୍ଯ୍ୟ ଠିକ୍ ଭାବରେ ଅଡିଟ୍ ହେଉନାହିଁ। ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସମବାୟ ବିଭାଗ ଅନ୍ତର୍ଗତ ଆକାଉଣ୍ଟାଣ୍ଟ ଜେନରାଲ କୋଅପରେଟିଭ୍ ସୋସାଇଟି କାର୍ଯ୍ୟାଳୟରେ ଅଚାନକ ପରିଦର୍ଶନ ବେଳେ ଏହା ଜାଣିବାକୁ ପାଇଥିଲେ। ଏଭଳି ସ୍ଥିତି ଆଗାମୀ ଦିନରେ ସମସ୍ୟା ସୃଷ୍ଟି ଆଶଙ୍କାରେ ନିୟମିତ ଅଡିଟ୍ ସହିତ କମ୍ପୁଟରୀକରଣ ପାଇଁ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଏହି ଅବସରରେ କାର୍ଯ୍ୟାଳୟର ବାୟୋମେଟ୍ରିକ୍ସ ଯାଞ୍ଚ କରିଥିଲେ। ଏହା ଠିକ୍ ଭାବରେ କାମ କରୁନଥିବାରୁ ଉପସ୍ଥାନ ଖାତା ମଗାଇ ଦେଖିଥିଲେ। ଏଥିସହିତ ସେ ବିଭିନ୍ନ ଶାଖା ବୁଲିବା ସହିତ ପଦାଧିକାରୀଙ୍କ ସହିତ ଆଲୋଚନା କରିଥିଲେ।
ସମବାୟ ସମିତି କାର୍ଯ୍ୟର ଅଡିଟ୍ରେ ଅବହେଳା ଦେଖିଲେ ମନ୍ତ୍ରୀ
/sambad/media/post_attachments/wp-content/uploads/2022/09/m25-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)