ପେକ୍ସକୁ ଯାଇ ଧାନ ବିକିଲେ ଅର୍ଥ ଓ ଅବକାରୀ ମନ୍ତ୍ରୀ

ଏସ୍‌. ରାମପୁର : ସୋନପୁର ବିଧାୟକ ତଥା ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୁରୁବାର ରାମପୁର ପେକ୍ସରେ ନିଜ ଟୋକନରେ ଖରିଫ ଧାନ ବିକ୍ରି କରିଛନ୍ତି। ପ୍ରତି ଥର ପରି ଚଳିତ ଖରିଫ ଧାନ ବିକ୍ରି ସକାଶେ ଶ୍ରୀ ପୂଜାରୀ ପେକ୍ସକୁ ଯାଇ ଆଖି ସ୍କାନ କରି ଧାନବିକ୍ରି କରିଥିଲେ। ତିନୋଟି ଟୋକନରେ ସେ ୨୭୫ କ୍ବିଣ୍ଟାଲ ଧାନ ବିକ୍ରି କରିଥିବା ରାମପୁର ପେକ୍ସ କାର୍ଯ୍ୟନିର୍ବାହୀ ଅଧିକାରୀ ତ୍ରିଲୋଚନ ସାହୁ ସୂଚନା ଦେଇଥିଲେ। ଚାଷୀଙ୍କ ଧାନ ବିକ୍ରିରେ ଯେମିତି କୌଣସି ଅସୁବିଧା ନହୁଏ ସେଥିପ୍ରତି ପେକ୍ସ କାର୍ଯ୍ୟନିର୍ବାହୀ ଅଧିକାରୀ ଓ କର୍ମଚାରୀ ଧ୍ୟାନ ଦେବାକୁ ମନ୍ତ୍ରୀ ତାଗିଦ କରିଥିଲେ।

ସମ୍ବନ୍ଧିତ ଖବର