ସୂଚନା ଲୋକସମ୍ପର୍କ ମନ୍ତ୍ରୀଙ୍କ ବିଭାଗ ପରିଦର୍ଶନ : ସରକାର ଓ ଜନଗଣଙ୍କ ଭିତରେ ଆମେ ସେତୁ – ରଘୁନନ୍ଦନ

0

ଭୁବନେଶ୍ବର : ସୂଚନା ଓ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ଆଜି ଲୋକସମ୍ପର୍କ ଭବନ ଯାଇ ବିଭାଗ ପରିଦର୍ଶନ କରିଛନ୍ତି ମନ୍ତ୍ରୀ ରଘୁନନ୍ଦନ ଦାସ। ମନ୍ତ୍ରୀ ଶ୍ରୀ ଦାସ ଅଧିକାରୀମାନଙ୍କ ସହିତ ଆଲୋଚନା କରିବା ସହ ବିଭାଗର କ୍ରିୟାଶୀଳତା ବଜାୟ ରଖିବା ଉପରେ ଗୁରୁତ୍ବାରୋପ କରିଛନ୍ତି।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ କହିଥିଲେ ସୂଚନା ଓ ଲୋକସମ୍ପର୍କ ବିଭାଗ ସରକାର ଓ ଜନଗଣଙ୍କ ମଧ୍ୟରେ ସଂଯୋଜକ ସେତୁ ଭାବରେ କାର୍ଯ୍ୟ କରୁଛି। ଏଥିପାଇଁ ଏହି ବିଭାଗର ସବୁ ଅଧିକାରୀ ଓ କର୍ମଚାରୀ ନିଷ୍ଠା ଓ ଶୃଙ୍ଖଳାର ସହିତ ଦାୟିତ୍ବ ସମ୍ପାଦନ କରିବା ଉଚିତ୍। ମନ୍ତ୍ରୀଙ୍କ ପରିଦର୍ଶନ ସମୟରେ ବିଭାଗୀୟ ନିର୍ଦ୍ଦେଶକ ଲକ୍ଷ୍ମୀଧର ମହାନ୍ତି, ଯୁଗ୍ମ ଶାସନ ସଚିବ ଶୁଭେନ୍ଦୁ କୁମାର ନାୟକ, ଅତିରିକ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ସମେତ ଅନ୍ୟ ପ୍ରମୁଖ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.