ଭୁବନେଶ୍ବର: ସୀମା ବିବାଦ ପ୍ରସଙ୍ଗରେ ଗୃହରେ ଉତ୍ତର ରଖିଲେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି । କହିଲେ, ଆପୋଷ ବୁଝାମଣାରେ କରାଯିବ ସୀମା ଚିହ୍ନଟ । ଜିଲ୍ଲାପାଳ ଓ ଆରଡିସିଙ୍କ ତତ୍ତ୍ବାବଧାନରେ ବିବାଦ ସମାଧାନ ପାଇଁ ଉଦ୍ୟମ ଚାଲିଛି । କୋରାପୁଟ ଜିଲ୍ଲା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ୨୧ଟି ଗାଁକୁ ନେଇ ଏହି ସମସ୍ୟା ରହିଛି । ବାଲେଶ୍ୱର ଓ ପଶ୍ଚିମବଙ୍ଗରେ ମଧ୍ୟ କିଛି ସମସ୍ୟା ରହିଛି । ସମାଧାନ ପାଇଁ ପ୍ରଶାସନିକ ସ୍ତରରେ ଏକ କିମିଟି ହୋଇଛି । ଝାଡ଼ଖଣ୍ଡ ସହିତ ମଧ୍ୟ ଓଡ଼ିଶାର କିଛି ଜିଲ୍ଲାର ବିବାଦ ରହିଛି । ତେବେ ସମୟପୋଚିତ ପଦକ୍ଷେପ ପାଇଁ ସେମିତି କିଛି ବଡ ଧରଣର ସମସ୍ୟା ଉପୁଜିନି ।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପକ୍ଷରେ, ସୀମାବିବାଦ ପ୍ରସଙ୍ଗରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତ ଯେ, ଆବଶ୍ୟକ ପଦକ୍ଷେପ ନେଉ ନଥିବାରୁ ପଡ଼ୋଶୀ ରାଜ୍ୟ ଦାଦାଗିରି କରୁଛି । ମନ୍ତ୍ରୀ କିଛି ବୁଝୁନାହାନ୍ତି କିମ୍ବା ସୀମା ବିବାଦ ଭିତରକୁ ପଶୁନାହାନ୍ତି । ସୀମାରେ ଥିବା ଲୋକଙ୍କ ପ୍ରତି ସରକାରଙ୍କ ନିଘା ନାହିଁ । ଗୋଟେ ପଟେ ସ୍ଥାଣୁତା ଆଉ ଗୋଟେ ପଟେ ଆକର୍ଷଣୀୟ ଯୋଜନା କରୁଛନ୍ତି। ବାଲେଶ୍ୱର , ଭଦ୍ରକରେ ଅନୁପ୍ରବେଶ କରି ପ୍ରବେଶ କରୁଛନ୍ତି। ଏ ପ୍ରସଙ୍ଗରେ ସମାଧାନ ପାଇଁ ସର୍ବଦଳୀୟ କମିଟି ଗଠନ କରି ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି ।
ସେହିପରି ମୋହନ ମାଝୀ କହିଛନ୍ତି ଝାଡ଼ଖଣ୍ଡ ,ଛତିଶଗଡ଼ , ଆନ୍ଧ୍ରପ୍ରଦେଶ ସହିତ ଓଡ଼ିଶାର ସୀମାବିବାଦ ରହିଛି । କୋରାପୁଟରେ ୨୧ , ଗଜପତିରେ ୧୬ ଗାଁ ସହିତ ବିବାଦ ରହିଛି । ଯେହେତୁ ସେଠି କୌଣସି ବିକାଶ ହେଉନି ସେଥିପାଇଁ ସେମାନେ ପଡ଼ୋଶୀ ରାଜ୍ୟ ଆଡ଼କୁ ଢଳୁଛନ୍ତି । ଦୀର୍ଘବର୍ଷ ଧରି ବିବାଦ ଥିଲେ ମଧ୍ୟ ୧ପ୍ରତିଶତ ବି ସମାଧାନ ହୋଇନି । ତେଣୁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ ନକଲେ ବିବାଦର ସମାଧାନ ହେବନି ।