ଭୁବନେଶ୍ବର: ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସଚିବାଳୟସ୍ଥିତ ନିଜର ନୂତନ କାର୍ଯ୍ୟାଳୟରେ ଗ୍ରହଶାନ୍ତି ପୂଜା କରିଛନ୍ତି । ସଚ୍ଚିବାଳୟରେ ନିଜ ବିଭାଗ ପରିସରରେ ପରିବାର ସହ ଗ୍ରହଶାନ୍ତି ପୂଜା କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା । ବୀରମହାରାଜପୁରରେ ବିଧାୟକ ଶ୍ରୀ ବେହେରା ଏଥି ପୂର୍ବରୁ ଦୁଇ ଦୁଇ ଥର ମନ୍ତ୍ରୀ ହୋଇ ସାରିଛନ୍ତି। ୧୯୯୦-୯୪ ଏବଂ ୨୦୦୪-୦୬ ମଧ୍ୟରେ ମନ୍ତ୍ରୀ ରହି ସାରିଛନ୍ତି ସେ । ଓଡ଼ିଶା ରାଜନୀତିର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସେ ମନ୍ତ୍ରୀ ରହିବା ସହ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ମଧ୍ୟ ସ୍ଥାନ ପାଇ ସାରିଛନ୍ତି।
/sambad/media/post_attachments/wp-content/uploads/2019/06/Padmanava-Behera-201x300.jpg)
ସେ ଚଳିତ ଥରକୁ ମିଶାଇ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ପ୍ରଥମେ ସେ ଜନତା ଦଳ ଟିକେଟରେ ଫୁଲବାଣୀ ବିଧାନସଭାରୁ ବିଧାନସଭାକୁ ଆସିଥିଲେ । ପରେ ସେ ବିଜୁ ଜନତା ଦଳ ଟିକେଟରୁ ଫୁଲବାଣୀରୁ ତ୍ରୟୋଦଶ ବିଧାନସଭାକୁ ଓ ପରେ ବୀରମହାରାଜପୁର ବିଧାନସଭା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଆସୁଛନ୍ତି । ତେବେ ମନ୍ତ୍ରୀ ପଦ ପାଇବା ପରେ ନିଜ ବିଭାଗରେ ପୂଜାପାଠ ଓ ହୋମଯଜ୍ଞ କରିବା ଚର୍ଚ୍ଚାର ବିଷୟ ହୋଇଛି ।