ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ପିତୃ ବିୟୋଗ, ଜନ୍ମ ମାଟିରେ ଅନ୍ତିମ ସଂସ୍କାର

ବୀରମହାରାଜପୁର: ବୀରମହାରାଜପୁର ବିଧାୟକ ତଥା ଓଡ଼ିଶା କ୍ୟାବିନେଟର ବାଣିଜ୍ୟ ପରିବହନ ଓ ଯୋଜନା ସମନ୍ବୟ ବିଭାଗର ବରିଷ୍ଠ ମନ୍ତ୍ରୀ ପଦ୍ମନାଭ ବେହେରା ଙ୍କ ପିତା କାର୍ତ୍ତିକ ବେହେରା (୯୨) ବର୍ଷରେ ଭୁବନେଶ୍ୱର ସ୍ଥିତ ମନ୍ତ୍ରୀଙ୍କ ସରକାରୀ ବାସଭବନରେ ଭୋର ପାଞ୍ଚଟାରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କ ପାଖରେ ପୁତ୍ର ପଦ୍ମନାଭ ବେହେରାଙ୍କ ପୁତ୍ର ଵଧୁ ଲକ୍ଷ୍ମୀ ପ୍ରିୟା ବେହେରା ଓ ନାତି ନାତୁଣୀ ଉପସ୍ତିତ ଥିଲେ । ସେଠାରେ ଅନ୍ତିମ ଦର୍ଶନ ପାଇଁ ତାଙ୍କର ମରସରିରକୁ କିଛି ସମୟ ପାଇଁ ରଖାଯାଇଥିଲା । ପରେ ତାଙ୍କର ଜନ୍ମ ମାଟି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ନୁଆଦର ଗ୍ରାମରେ ଅନ୍ତିମ ସଂସ୍କାର କରାଯାଇଥିଲା । କନିଷ୍ଠ ପୁତ୍ର ପ୍ରଦିପ ମୁଖାଗ୍ନୀ ଦେଇଥିଲେ । ଅନ୍ତିମ ସଂସ୍କାରରେ କନ୍ଧମାଳ ବିଧାୟକ ଅଙ୍ଗଦ କଅରଙ୍କ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦାନ କରିଥିଲେ । ଏ ଖବର ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ପ୍ରଚାରିତ ହେବା ପରେ ବିନିକା ବ୍ଳକ ଅଧ୍ୟକ୍ଷ ଅଶୋକ କୁମାର ନନ୍ଦ , ପୂର୍ବତନ ବ୍ଳକ ଅଧ୍ୟକ୍ଷ ଭିଭସେନ ସାହୁ ବିନିକା ବ୍ଳକ ବିଜେଡି ସଭାପତି ଦ୍ବାରିକା ସାହୁ । ଉଲୁଣ୍ଡା ବ୍ଲକରୁ ବିହାରି ଲାଲ୍ ମିଶ୍ର , ବୀରମହାରାଜପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷ ରଞ୍ଜିତ କୁମାର ରଥ, ଆତ୍ମାର ଅଧ୍ୟକ୍ଷ ଆଲୋକ ଦେହୁରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଅନ୍ତିମ ସଂସ୍କାର ରେ ଯୋଗଦାନ କରିଥିଲେ ।

ସମ୍ବନ୍ଧିତ ଖବର