ଭୁବନେଶ୍ବର : ରାଜ୍ୟ ମେଡିକାଲ ସଂଘ ବା ଓମ୍ସାର ରହିଥିବା ଡିଏସିପି ସହ ଅନ୍ୟାନ୍ୟ ଦାବି ସଂପର୍କରେ ଚଳିତ ମାସ ଶେଷସୁଦ୍ଧା ମନ୍ତ୍ରୀସ୍ତରୀୟ କମିଟି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିବ। ଗତକାଲି ଓମ୍ସା ସହିତ ସ୍ବାସ୍ଥ୍ୟ ବିଭାଗର ହୋଇଥିବା ଆଲୋଚନାରେ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏହି ପ୍ରତିଶ୍ରୁତି ଦେଇଛନ୍ତି। ଓମ୍ସାର ସଭାପତି ଡା. ନିରାକାର ଭଟ୍ଟ କହିଛନ୍ତି, ବିଭିନ୍ନ ଦାବି ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ହୋଇଥିଲା। କ୍ୟାଡର୍ ପୁନର୍ଗଠନରେ ରହିଥିବା ଅସଙ୍ଗତି ଦୂର କରିବା, ନିଯୁକ୍ତି ସମୟରେ ହୋଇଥିବା କାଉନସିଲ୍ରେ ଯେଉଁ ତ୍ରୁଟି ହୋଇଛି, ତାହାର ତଦନ୍ତ କରିବାକୁ ସଂଘ ପକ୍ଷରୁ କୁହାଯାଇଥିଲା। ଓମ୍ସା ପକ୍ଷରୁ ଯଦି ନିର୍ଦ୍ଦିଷ୍ଟ ଭାବେ ଅଭିଯୋଗ ଆସିବ ତେବେ ଏହା ଉପରେ ପଦକ୍ଷେପ ନିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏହାସହ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଂପୂର୍ଣ୍ଣ ଭାବେ ଆଇସିୟୁ ଓ କାଜୁଆଲ୍ଟି ସେବା ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଉପରେ ଆଲୋଚନା ହୋଇଥିବା ଡା. ଭଟ୍ଟ କହିଛନ୍ତି। ଆଲୋଚନାରେ ସ୍ବାସ୍ଥ୍ୟ ସଚିବ ଡା. ପ୍ରମୋଦ କୁମାର ମେହେର୍ଦା, ସ୍ବତନ୍ତ୍ର ସଚିବ ଡା. ବି.କେ ବ୍ରହ୍ମା ଓ ସ୍ବାସ୍ଥ୍ୟସେବା ନିର୍ଦେଶକ ଉପସ୍ଥିତ ଥିଲେ। ଓମ୍ସା ପ୍ରତିନିଧିମଣ୍ଡଳୀରେ ସଭାପତି ଡା. ନିରାକାର ଭଟ୍ଟଙ୍କ ସମେତ ସଂପାଦକ ଡା. ପୁଣ୍ୟଶ୍ଲୋକ ଦାସ ଓ ଶୁଭକାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ଓମ୍ସା- ସ୍ବାସ୍ଥ୍ୟ ବିଭାଗ ଆଲୋଚନା : ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବ ମନ୍ତ୍ରୀସ୍ତରୀୟ କମିଟି
/sambad/media/post_attachments/wp-content/uploads/2018/12/nav-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)