ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ; ଆପୋଲୋ ହସ୍ପିଟାଲରେ ଭର୍ତି, ହୃ୍‌ତପିଣ୍ଡରେ ଲାଗିଲା ଷ୍ଟେଣ୍ଟ୍‌

ଭୁବନେଶ୍ବର : ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତି କରାଯାଇଛି। ତାଙ୍କର ଦୁଇଟି ଆର୍ଟେରିରେ ବ୍ଲକେଜ୍ ହୋଇଥିବା ଜଣାପଡ଼ିବା ପରେ ଅସ୍ତ୍ରୋପଚାର ପରେ ତାଙ୍କ ହୃତ୍‌ପିଣ୍ଡରେ ଦୁଇଟି ଷ୍ଟେଣ୍ଟ ଲଗାଯାଇଥିବା ଜଣାପଡ଼ିଛି। ସେ ଏବେ ସୁସ୍ଥ ଅଛନ୍ତି ବୋଲି ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି।

ଗତକାଲି ଅପରାହ୍‌ଣରେ ଶ୍ରୀ ଜେନା ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଆପୋଲୋ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ପରୀକ୍ଷା ପରେ ତାଙ୍କ ହୃତ୍‌ପିଣ୍ଡରେ ବ୍ଲକେଜ୍ ହୋଇଥିବା ଜଣାପଡ଼ିଥିଲା। ତେଣୁ ବିଶିଷ୍ଟ ହୃଦ୍‌ରୋଗ ବିଶେଷଜ୍ଞ ଡା. ପି.ସି ରଥ ଓ ଡା. ବ୍ରଜରାଜ ଦାସଙ୍କ ନେତୃତ୍ବରେ ତାଙ୍କର ଅସ୍ତ୍ରୋପଚାର କରାଯାଇ ଷ୍ଟେଣ୍ଟ୍‌ ଲଗା ଯାଇଥିଲା। ଆଉ ଦୁଇଦିନ ଅବଜରଭେସନ୍‌ରେ ରଖାଯିବା ପରେ ସୋମବାର ତାଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରି ଦିଆଯାଇପାରେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର