ସୋହେଲା : ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ବିଭିନ୍ନ କାରଣକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଶୁକ୍ରବାର ସକାଳେ ତାଙ୍କୁ ବସ୍ ଡ୍ରାଇଭର ସିଟ୍ରେ ଦେଖିବାକୁ ମିଳିଥିଲା। ମନ୍ତ୍ରୀ ଶ୍ରୀ ସିଂହ ନିଜେ ଏକ ବସ୍ ଚଳାଇ ମେଲଛାମୁଣ୍ଡା ଥାନା ସାଲେପାଲି ଓ ପେଟୁପାଲି କ୍ବାରାଣ୍ଟିନ୍ ସେଣ୍ଟର୍ରେ ରହିଥିବା ଲୋକଙ୍କୁ ଆଣିବାକୁ ଯାଇଥିଲେ। ସାଲେପାଲି କେନ୍ଦ୍ରରେ ଥିବା କୋଲକତା ଫେରନ୍ତା ଏକ ପରିବାରର ୫ ଜଣ ଏବଂ ପେଟୁପାଲି କେନ୍ଦ୍ରରେ ଥିବା ୨ ଜଣଙ୍କୁ ବସ୍ରେ ନେଇ ସେ ସୋହେଲା କଲେଜରେ କରାଯାଇଥିବା କ୍ବାରାଣ୍ଟିନ୍ ସେଣ୍ଟର୍କୁ ଆଣିଥିଲେ। ତାଙ୍କ ସହିତ ସୋହେଲା ବିଡିଓ ବିଶ୍ୱରଞ୍ଜନ କର, ଥାନାଧିକାରୀ ନିର୍ମଳ ଚନ୍ଦ୍ର ମହାପାତ୍ର, ପ୍ରଫୁଲ୍ଲ ପଧାନ ପ୍ରମୁଖ ଯାଇଥିଲେ।
ପ୍ରକାଶଥାଉକି, କିଛିଦିନ ତଳେ ମଧ୍ୟ ପ୍ରବାସୀ ଶ୍ରମିକଙ୍କୁ ନେବା ଲାଗି ଅନ୍ୟ କୌଣସି ଗାଡ଼ି ଚାଳକ ରାଜି ନ ହେବାରୁ ମନ୍ତ୍ରୀ ଏକ ପିକ୍ଅପ୍ ଭ୍ୟାନ ଚଳାଇ ପ୍ରବାସୀ ଶ୍ରମିକଙ୍କୁ ବୌଦ୍ଧରେ ଛାଡ଼ିଥିଲେ। ଏହାକୁ ନେଇ ସେତେବେଳେ ମଧ୍ୟ ଚର୍ଚ୍ଚା ହୋଇଥିଲା।