ସଚିବ, ବିଧାୟକଙ୍କ ପରେ ମନ୍ତ୍ରୀଙ୍କ ପାଇଁ ବି ମାର୍ଗଦର୍ଶିକା

ଉତ୍ତରଦାୟୀ ସରକାର ନେଇ ଚେତାଇଲେ ନବୀନ, ବ୍ୟାପକ ଗସ୍ତ ଓ ଅଚାନକ ପରିଦର୍ଶନକୁ ଗୁରୁତ୍ବ, ଲୋକଙ୍କୁ ଭ‌େଟିବା ସହ ପ୍ରତିକ୍ରିୟା ନେବା ପାଇଁ ପରାମର୍ଶ

ଭୁବନେଶ୍ବର : ‘ଆପଣମାନେ ବ୍ୟାପକ ଗସ୍ତ କରନ୍ତୁ। ଏହାଦ୍ବାରା ଆପଣ ନିଜ ବିଭାଗର କାମ ବିଷୟରେ ତୃଣମୂଳସ୍ତରରୁ ଜାଣିପାରିବେ। ଆପଣଙ୍କ ବିଭାଗର ଅଫିସ ଏବଂ ଅନୁଷ୍ଠାନଗୁଡିକ ଅଚାନକ ପରିଦର୍ଶନ କରନ୍ତୁ। ଏହାଦ୍ବାରା ସରକାରୀ ସେବା ପ୍ରଦାନ ତ୍ବରାନ୍ବିତ ହୋଇପାରିବ।’

ଏକଥା ଆଉ କେହି ନୁେହଁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଜର ମନ୍ତ୍ରୀମାନଙ୍କୁ ଏଭଳି ପରାମର୍ଶ ଦେଇ ଉତ୍ତରଦାୟୀ ସରକାର ସଂପର୍କରେ ଚେତାଇ ଦେଇଛନ୍ତି। େମାଟ ପାଞ୍ଚଟି ବିନ୍ଦୁ ଉପରେ ଆଜି ନବୀନଙ୍କ ବକ୍ତବ୍ୟ ନିବଦ୍ଧ ରହିଥିଲା।

ତେବେ ଅଚାନକ କାହିଁକି ଓ େକଉଁ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଏଭଳି ପରାମର୍ଶ ବା ନିେର୍ଦଶ ଦେଲେ, ତାର ଅସଲ ରହସ୍ୟ କେହି େଭଦ କରିପାରୁନାହାନ୍ତି। ଜଣେ ଦୁଇ ଜଣ ମନ୍ତ୍ରୀ ଦି’ ପାଦ ଆଗକୁ ଆସି ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟକୁ ସ୍ବାଗତ କରିବା ସହିତ ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରିବେ େବାଲି କହିଛନ୍ତି।

ହେଲେ, ରାଜନୈତିକ ମହଲ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଆଜିର ପରାମର୍ଶକୁ ଅତ୍ୟନ୍ତ ଗମ୍ଭୀରତାର ସହିତ େନଇଛନ୍ତି। ଏହି ମହଲର କହିବା କଥା େହଉଛି, ପ୍ରଥମେ ସଚିବ, ତା ପରେ ବିଧାୟକ ଓ େଶଷରେ ଆଜି ମନ୍ତ୍ରୀମାନଙ୍କ କାନରେ ନବୀନ ମନ୍ତ୍ର ଫୁଙ୍କିଛନ୍ତି। ସଚିବମାନଙ୍କ କାର୍ଯ୍ୟ ଶୈଳୀରେ ପରିବର୍ତନ ଆଣିବା ଲାଗି ପ୍ରଥମେ ସେ ୫ଟି କଥା କହିଥିଲେ। ପ୍ରଥମ ପର୍ଯ୍ୟାୟରେ ବିଧାୟକମାନଙ୍କ କାର୍ଯ୍ୟକଳାପ ଓ ଗତିବିଧି ସଂପର୍କରେ ନଜର ରଖିବା ପରେ ନବୀନ ନିବାସ ଡାକି ତାଙ୍କୁ ଖଟାମିଠା ଶବ୍ଦରେ ନିଜର ଆଭିମୁଖ୍ୟ ଜଣାଇଥିଲେ। ଆଉ ଆଉ ଦିେନ କି ଦୁଇଦିନ ନୁହେଁ, ପାଖାପାଖି ଦେଢମାସ ଧରି ମନ୍ତ୍ରୀମାନଙ୍କର କାର୍ଯ୍ୟ ତରିକା, ବିଭାଗ ଚଳାଇବାର ଶୈଳୀ ଦେଖିବା ପରେ ନବୀନ ଆଜି ମୁହଁ େଖାଲିଛନ୍ତି ଏକଥା କେହି ଭୁଲିଯିବାର ନୁହେଁ। ଦଳର କିଛି ବରିଷ୍ଠ େନତା ଓ ଅଭିଜ୍ଞ ପୂର୍ବତନ ମନ୍ତ୍ରୀମାନେ ମଧ୍ୟ ଅନୁରୂପ ଯୁକ୍ତି ରଖି ମୁଖ୍ୟମନ୍ତ୍ରୀଙ୍କ ପରିବର୍ତିତ ଆଚରଣ ଓ ଉଚ୍ଚାରଣ ସଂପର୍କରେ ସମସ୍ତେ ନଜର ରଖିବା ଉଚିତ େବାଲି କହିଛନ୍ତି।

ଆଜି ପୂର୍ବାହ୍ନ ୧୧ଟା ୪୫ମିନିଟରେ ସଚିବାଳୟରେ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ଡକାଯାଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣ ରଖିଥିଲେ। କହିଥିଲେ, ମନ୍ତ୍ରୀମାନଙ୍କୁ େଯଉଁ ମାସିକ ରିେପାର୍ଟ ମଗାଯାଇଥିଲା ତାହା ମୁଁ ପାଇଛି। ଠିକ୍ ସମୟରେ ରିେପାର୍ଟ େଦଇଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ହେଲେ ମନ୍ତ୍ରୀଙ୍କ ରିେପାର୍ଟ ତାଙ୍କୁ ସନ୍ତୁଷ୍ଟ କରିଛି କି ନାହିଁ, େସ େନଇ କୌଣସି ଟିପ୍ପଣୀ େଦଇନଥିଲେ ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ସିଧା ସିଧା କହିଥିଲେ, ମନ୍ତ୍ରୀମାେନ ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସମୟରେ େଲାକଙ୍କୁ େଭଟନ୍ତୁ। େଲାକଙ୍କ ସମସ୍ୟା ବୁଝନ୍ତୁ। ସରକାରୀ ସେବା ବିଷୟରେ ହିତାଧିକାରୀଙ୍କ ଠାରୁ ପ୍ରତ୍ୟକ୍ଷ ପ୍ରତିକ୍ରିୟା ଲୋଡନ୍ତୁ। ୫ ‘ଟି’ ସଂପର୍କରେ ବ୍ୟକ୍ତିଗତ ଭାବେ ଦୃଷ୍ଟି ଦିଅନ୍ତୁ।

କେବଳ ସେତିକି ନୁହେଁ, ସ୍ବଚ୍ଛତା ଓ ଦକ୍ଷତା ପାଇଁ କମ୍ପ୍ୟୁଟରୀକରଣ ଜରୁରୀ। ଏଣୁ ମନ୍ତ୍ରୀମାେନ ନିଜ ନିଜ ବିଭାଗର ଶତ ପ୍ରତିଶତ କାମ େଯପରି ଓସଵାସ ଜରିଆରେ େହବ, େସଥିପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ନବୀନ ନିେର୍ଦଶ ଦେଇଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ, ପଞ୍ଚମଥର ଶାସନ ଗାଦିରେ ବସିବା ପରେ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରକୁ େଲାକାଭିମୁଖୀ କରିବା ପାଇଁ ପାଗ ଭିଡିଛନ୍ତି। ଏକ ନିର୍ଦିଷ୍ଟ ସମୟ ସୀମା ଭିତରେ ରାଜ୍ୟକୁ ନିର୍ଦିଷ୍ଟ ସୀମା ପର୍ଯ୍ୟନ୍ତ ଟାଣି େନବା ଲାଗି ଆରମ୍ଭରୁ ସରକାର ଓ ପ୍ରଶାସନରେ ସକ୍ରିୟତା ପାଇଁ େଢର୍ ଉଦ୍ୟମ ଆରମ୍ଭ େହାଇଛି। ଶାସନ ବ୍ୟବସ୍ଥା ଓ ସରକାରୀ ଦୃଷ୍ଟିଭଙ୍ଗୀରେ ବି ବ୍ୟାପକ ପରିବର୍ତନ କରାଯାଉଛି।

ଗୋଟିଏ ପଟେ ସରକାରୀ ଅଫିସ େଖାଲି ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ବଢାଇବା ଲାଗି ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଇଛନ୍ତି ତା ନୁହେଁ, ବାବୁମାନଙ୍କୁ ଡାକି ୫ଟି ମନ୍ତ୍ର େଦଇଥିେଲ। ପ୍ରତି ମାସରେ ଏହାର ସମୀକ୍ଷା କରାଯିବାକୁ ବି ନିେର୍ଦଶ େଦଇଛନ୍ତି।

ପରେ ବିଧାୟକମାନଙ୍କୁ ସେମାନଙ୍କ ଆଚରଣରେ ପରିବର୍ତନ କରିବା ଲାଗି ସଙ୍କେତ ଦେଇଥିଲେ ନବୀନ। ଏପରିକି ସୁନା େଚନ୍ ନ ପିନ୍ଧିବା, ବଡ ଗାଡି ନ ଚଢିବା ଲାଗି ବି କୁହାଯାଇଥିଲା। ଇତିମଧ୍ୟରେ ସରକାର ଗଠନର ଦେଢ ମାସ ବିତିଗଲାଣି। ଏବେ ବି ଅନେକ ମନ୍ତ୍ରୀ ଅଛନ୍ତି, େଯଉଁମାନେ ବିଭାଗ ଅଧୀନସ୍ଥ ଶାଖା କାର୍ଯ୍ୟାଳୟ ଦେଖିନାହାନ୍ତି ବା ସେଠାରେ ଯାଇ ତନାଘନା କରିନାହାନ୍ତି। ଭୁବନେଶ୍ବରରେ ଥାଇ ବି ନିୟମିତ ସଚିବାଳୟ ଆସୁନାହାନ୍ତି। ସଚିବାଳୟରେ ସମୀକ୍ଷା େହଉନାହିଁ କିମ୍ବା ମନ୍ତ୍ରୀମାନଙ୍କ ବିଭାଗ ସଂପର୍କରେ ଗଣମାଧ୍ୟମରେ କୌଣସି ରିେପାର୍ଟ ପ୍ରକାଶ ପାଉନାହିଁ।

ସବୁଠାରୁ ବଡ କଥା େହଉଛି, ଜିଲ୍ଲା ଗସ୍ତ କରି ସରକାରଙ୍କ େଯାଜନାକୁ କିଏ େକଉଁଠାେର ଅଟକାଇବା ଲାଗି େଚଷ୍ଟା କରୁଛି ଅଥବା ପ୍ରଭାବୀ ଢଙ୍ଗରେ କାର୍ଯ୍ୟାନ୍ବୟନ କରୁଛନ୍ତି, ତାହା ମଧ୍ୟ ଦେଖାଯାଉନାହିଁ। ଏଣୁ ମନ୍ତ୍ରୀମାନଙ୍କ ରିେପାର୍ଟ ମିଳିଥିଲେ ବି ମୁଖ୍ୟମନ୍ତ୍ରୀଙ୍କର େକଉଁଠି ନା େକଉଁଠି ହୃଦବୋଧ ହୋଇଛି େଯ ସରକାରଙ୍କ ସମୟ ଭିତ୍ତିକ ବିକାଶ େନଇ ମନ୍ତ୍ରୀମାନଙ୍କ ତତ୍ପରତା ଯଥେଷ୍ଟ ନୁେହଁ। ଏଣୁ ପରାମର୍ଶ ଦେବା ଛଳରେ ମନ୍ତ୍ରୀମାନଙ୍କ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି ନବୀନ।

ବିଜେଡିର କିଛି ବରିଷ୍ଠ େନତାମାନଙ୍କର କହିବା କଥା େହଉଛି, ଗତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ବୁଲିବା ବେଳେ େଲାକମାନଙ୍କର ମନର ଭିତର କଥା ବେଶ୍ ପଢିପାରିଛନ୍ତି। ଯେଉଁଥିପାଇଁ ବାରମ୍ବାର ସେ ଭାଷଣ ଦେବା ବେଳେ େଲାକଙ୍କ ପ୍ରତି ନମ୍ରତାର ସହିତ କର୍ତବ୍ୟପାଳନ ସଂପର୍କରେ ଚେତାଇ ଦେଉଛନ୍ତି। ଏଣୁ ସରକାରକୁ ଆସିବା ପରେ ସରକାରୀ ଆଭିମୁଖ୍ୟ ବଦଳିବା ଉପରେ େଜାର ଦିଆଯାଉଛି। ସରକାରଙ୍କ କୌଣସି ଦୁର୍ବଳତାର ସାମାନ୍ୟତମ ସୁଯୋଗ ଯେପରି ବିେରାଧୀ ଦଳ ନ ନିଅନ୍ତି, େସକଥା ସେ ବାରମ୍ବାର ଠାରୁଛନ୍ତି। େଲାକଙ୍କ ସହ ମନ୍ତ୍ରୀମାନେ ପ୍ରତ୍ୟକ୍ଷ ସଂପର୍କ ରଖିବା ଲାଗି ସେ ସ୍ପଷ୍ଟ ନିେର୍ଦଶ େଦଉଛନ୍ତି।

ସମ୍ବନ୍ଧିତ ଖବର