ବରଗଡ଼/ପଦ୍ମପୁର: ପଦ୍ମପୁରସ୍ଥିତ ଏକ ଘରୋଇ ସ୍କୁଲରେ ଉଚ୍ଚଶିକ୍ଷା ମନ୍ତ୍ରୀ ଇଂ.ରୋହିତ ପୂଜାରୀ, କିଛି ଶାସକ ଦଳର ବିଧାୟକମାନେ ଶିକ୍ଷକମାନଙ୍କୁ ନେଇ ଭୋଜିଭାତ କରିବା ସହ ବୈଠକ କରିଥିବା ବିଜେପି ଅଭିଯୋଗ କରିଛି। ମନ୍ତ୍ରୀ ଶ୍ରୀ ପୂଜାରୀ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ନେଇ ବିଜେପି ନିର୍ବାଚନ ଅଧିକାରୀ ତଥା ପଦ୍ମପୁର ଉପଖଣ୍ଡ ଅଧିକାରୀଙ୍କୁ ଭେଟିଛି। ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି।
ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କୁ ପଦ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀକୁ ପ୍ରବେଶ ଉପରେ ନିଷେଧାଦେଶ ଜାରି କରିବାକୁ ଦଳ ଦାବି କରିଛି। ଏନେଇ ବିଜେପି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ରଙ୍କ ନେତୃତ୍ୱରେ ବରଗଡ଼ ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ, ବିଜେପି ଆଇନ୍ ପ୍ରକୋଷ୍ଠ ସଦସ୍ୟ ରାଜକିଶୋର ସହୁ ଓ କ୍ଷେତ୍ରୀୟ ମୁଖପାତ୍ର ମନସରଞ୍ଜନ ବକ୍ସି ଉପଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/23-12.jpg)