ତେଲକୋଇ : ଆଜି ଆକୁଳ ପଞ୍ଚାୟତର ସମିତି ସଭ୍ୟ ଆସନ ପାଇଁ ସ୍ଥାନୀୟ ବିଧାୟକ ତଥା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ ପ୍ରେମାନନ୍ଦ ନାୟକଙ୍କ ନିକଟତମ ସମ୍ପର୍କୀୟ ଭାଇ ଚନ୍ଦନ କୁମାର ନାୟକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଫଳରେ ସେ ବ୍ଲକ ଅଧ୍ୟକ୍ଷ ପଦରେ ବସିବାର ଯୋଜନା ସ୍ପଷ୍ଟ ହୋଇଛି।

Advertisment

ପୂର୍ବରୁ ଆକୁଳ ସମିତି ସଭ୍ୟ ପାଇଁ ବ୍ଲକ ଉପାଧ୍ୟକ୍ଷ ଜିତେନ୍ଦ୍ର କୁମାର ପ୍ରଧାନ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏଠାରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବା ସହିତ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ଆସନ୍ତାକାଲି ୨୧ ତାରିଖ ନାମାଙ୍କନପତ୍ର ଦାଖଲର ଶେଷ ଦିନ ଥିବା ବେଳେ ଆଜି ୪ର୍ଥ ଦିନ ସୁଦ୍ଧା କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ ୬୭ ସରପଞ୍ଚ, ୬୨ ସମିତି ସଭ୍ୟ ଓ ୨୨୧ ଓ୍ବାର୍ଡ ମେମ୍ବର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।