ମନ୍ତ୍ରୀଙ୍କ ପସନ୍ଦ ଇନୋଭା କାର୍

ଭୁବନେଶ୍ୱର: ମନ୍ତ୍ରୀମାନେ ୨୦୨୧ବର୍ଷ ପାଇଁ ନିଜର ସଂପତ୍ତି ତାଲିକ ଘୋଷଣା କରିଛନ୍ତି। ଏଥିରେ ଅଧିକାଂଶ ମନ୍ତ୍ରୀଙ୍କ ନିକଟରେ ଏକାଧିକ କାର୍ ରହିଛି। ହେଲେ ଅଧିକାଂଶ ମନ୍ତ୍ରୀଙ୍କ ପସନ୍ଦ ହେଉଛି ଇନୋଭା କାର୍। ପ୍ରଦୀପ ଅମାତ, ନିରଞ୍ଜନ ପୂଜାରୀ, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ଟୁକୁନି ସାହୁ, ଅଶୋକ ଚନ୍ଦ୍ର ପଣ୍ଡା, ରାଜେନ୍ଦ୍ର ଢୋଲକିଆ ପ୍ରମୁଖ ଇନୋଭା କାର୍ ଚଢ଼ୁଛନ୍ତି। ଏହାସହ କିଛି ମନ୍ତ୍ରୀଙ୍କ ପାଖରେ ଟୋୟୋଟା ଫର୍ଚୁନର ମଧ୍ୟ ରହିଛି।

ଚାରି ଚକିଆ ଗାଡ଼ି ନ ଥିବା ମନ୍ତ୍ରୀ
ନବୀନଙ୍କ ମନ୍ତ୍ରିମଣ୍ଡଳରେ ୨୧ ମନ୍ତ୍ରୀଙ୍କ ମଧ୍ୟରୁ ୩ଜଣଙ୍କ ନିଜସ୍ବ କାର୍ ନାହିଁ। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଂଜନ ଘଡ଼ାଇ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ନାମରେ କୌଣସି ଚାରି ଚକିଆ ଗାଡ଼ି ନାହିଁ। ତେବେ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ରଙ୍କର ଗୋଟିଏ ୨୦୦୨ ମସିହା ପୁରୁଣା ହିରୋହୋଣ୍ଡା ସ୍ପେ୍ଲଣ୍ଡର ବାଇକ୍ ରହିଛି। ଯାହାର ବର୍ତମାନ ମୂଲ୍ୟ ୨ହଜାର ଟଙ୍କା। ସେହିପରି ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ପାଖରେ ମଧ୍ୟ ହିରୋହୋଣ୍ଡା ବାଇକ୍ ଅଛି ଯାହାର ମୂଲ୍ୟ ୩ହଜାର ଟଙ୍କା।

ସମ୍ବନ୍ଧିତ ଖବର