ମନ୍ତ୍ରୀମାନେ ଜିଲ୍ଲା ଗଲେ ବିଧାୟକଙ୍କୁ ଜଣାଇବେ, ରୁଲିଂ ଦେଲେ ବାଚସ୍ପତି

ଭୁବନେଶ୍ବର : ଏଣିକି ମନ୍ତ୍ରୀମାନେ ଜିଲ୍ଲା ପରିଦର୍ଶନ କଲା ବେଳେ ଯେଉଁ ଅଞ୍ଚଳକୁ ଯିବେ, ସେଠାକାର ବିଧାୟକଙ୍କୁ ଜଣାଇବା ବାଧ୍ୟତାମୂଳକ। ‌ସଂପୃକ୍ତ ବିଧାୟକ ଯେ କୌଣସି ଦଳର ହୁଅନ୍ତୁ ନା କାହିଁକି। ଆଜି ବିଧାନସଭାରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ରୁଲିଂ ଦେଇଛନ୍ତି।

ଆଜି ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ମାଲକାନଗିରି ବନ୍ୟା ପରିସ୍ଥିତି ସମୀକ୍ଷା କରିବାକୁ ଜିଲ୍ଲା ଗସ୍ତରେ ଯାଇଥିଲେ। କିନ୍ତୁ ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ୀଙ୍କୁ ଏ ନେଇ ସୂଚନା ଦିଆଯାଇ ନ ଥିଲା। ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ସେ କହିଥିଲେ, ମନ୍ତ୍ରୀ ଜିଲ୍ଲାକୁ ଯାଇ ସ୍ଥିତି ସମୀକ୍ଷା କରୁଛନ୍ତି। କିନ୍ତୁ ସ୍ଥାନୀୟ ବିଧାୟକ ବିଧାନସଭାରେ ଅଛନ୍ତି। ତାଙ୍କୁ ଏ ନେଇ ସୂଚନା ଦିଆଯାଇନି। ଅଥଚ ମନ୍ତ୍ରୀଙ୍କ ସହ ଚିତ୍ରକୋଣ୍ଡା ବିଧାୟକ ଅଛନ୍ତି। ସେ ବିଜେଡିର ବିଧାୟକ ହୋଇଥିବାରୁ ତାଙ୍କୁ ମନ୍ତ୍ରୀ ସାଙ୍ଗରେ ନେଇଛନ୍ତି। ଏହା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ କାର୍ଯ୍ୟ। ବାଚସ୍ପତି ଏ ନେଇ ରୁଲିଂ ଦେବାକୁ ଶ୍ରୀ ନାୟକ ଦାବି କରିଥିଲେ। ତାହା ପରେ ବାଚସ୍ପତି ମନ୍ତ୍ରୀମାନେ ବିଧାୟକଙ୍କୁ ଗସ୍ତ ସମ୍ପର୍କରେ ଜଣାଇବାକୁ ରୁଲିଂ ଦେଇଥିଲେ।

ସମ୍ବନ୍ଧିତ ଖବର