୧୭ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ନିଯୁକ୍ତ

ଭୁବନେଶ୍ବର : ନୂଆ ମନ୍ତ୍ରିମଣ୍ଡଳ ଗଠନ ହେଲା ପରେ ୧୭ ଜଣ ମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ ନିଯୁକ୍ତ ହୋଇଛନ୍ତି। ୧୩ କ୍ୟାବିନେଟ୍‌ ଓ ୪ ରାଷ୍ଟ୍ର ମନ୍ତ୍ରୀଙ୍କୁ ବ୍ୟକ୍ତିଗତ ସଚିବ ମିଳିଥିଲା ବେଳେ ଆଉ ଚାରି ମନ୍ତ୍ରୀଙ୍କୁ ବ୍ୟକ୍ତିଗତ ସଚିବ ଦିଆଯାଇ ନାହିଁ।

ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ହୋଇଥିବା ନିଯୁକ୍ତି ଅନୁଯାୟୀ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ବ୍ୟକ୍ତିଗତ ସଚିବ ଭାବେ ଅରୂପ କୁମାର ସାହୁ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କର ଅଞ୍ଜନ କୁମାର ଦାସ, କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କର ସରୋଜ କୁମାର ରାଉତ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କର ପ୍ରଦୀପ କୁମାର ରାଉତ, ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କର ପ୍ରତାପ ଚନ୍ଦ୍ର ହୋତା, ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କର ସେକ୍ ଜମିରୁଦ୍ଦିନ, ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କର କାଳିପ୍ରସାଦ ମହାପାତ୍ର, ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବଙ୍କର ବିଜୟ କୁମାର ସ୍ୱାଇଁ, ଖାଦ୍ୟଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କର ସୁରଞ୍ଜନ ପ୍ରଧାନ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କର ଚିନ୍ମୟ କୁମାର ଆଚାର୍ଯ୍ୟ, ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁଙ୍କର ସୁକାନ୍ତ କୁମାର ପ୍ରଧାନ, ସାମାଜିକ ନ୍ୟାୟ ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କର ରଶ୍ମୀରଞ୍ଜନ ସାହୁ, ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆଙ୍କର ବ୍ୟକ୍ତିଗତ ସଚିବ ଭାବେ ମନମୋହନ ବାରିକଙ୍କୁ ନିଯୁକ୍ତି ଦିଆଯାଇଛି।

ଗଣଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କର ବ୍ୟକ୍ତିଗତ ସଚିବ ଭାବେ ପ୍ରଶାନ୍ତ କିଶୋର ମହାପାତ୍ର, ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କର ମାନସ ରଞ୍ଜନ ପାଢ଼ୀ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କର କୈଳାସ ଚନ୍ଦ୍ର ଦାସ, ମହିଳା ଓ ଶିଶୁବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କର ବ୍ୟକ୍ତିଗତ ସଚିବ ଭାବେ ଗୌରହରି ବେହେରାଙ୍କୁ ନିଯୁକ୍ତି ଦିଆଯାଇଛି। ୪ ଜଣ ରାଷ୍ଟ୍ରମନ୍ତ୍ରୀ ରୋହିତ ପୂଜାରୀ, ପ୍ରୀତିରଞ୍ଜନ ଘଡ଼ାଇ, ଶ୍ରୀକାନ୍ତ ସାହୁ ଓ ରୀତା ସାହୁଙ୍କ ବ୍ୟକ୍ତିଗତ ସଚିବ ନିଯୁକ୍ତି ଏ ଯାଏ ହୋଇ ନାହିଁ।

ସମ୍ବନ୍ଧିତ ଖବର