ମନ୍ତ୍ରୀପୁଅଙ୍କୁ ଜେଲ୍‌ରେ ଭିଆଇପି ସୁବିଧା!

ଅଭିଯୋଗ ଆଣିଲା ବିଜେପି

କେନ୍ଦୁଝର : ଖାସ୍‌ ମନ୍ତ୍ରୀଙ୍କ ପୁଅ ବୋଲି ଜେଲ୍‌ରେ ମିଳୁଛି ଭିଆଇପି ସୁବିଧା। ଏଭଳି ସ˚ଗୀନ ଅଭିଯୋଗ ଆଣିଛି ବିଜେପି। କେନ୍ଦୁଝର ଜିଲ୍ଲା ବିଜେପିର ଷଷ୍ଠ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ଅବସରରେ ଏଭଳି ଅଭିଯୋଗ ହେବା ପରେ କେନ୍ଦୁଝର ଜେଲର୍‌ଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି।

ଗତ ସେପ୍ଟେମ୍ବର ୧୯ ତାରିଖରୁ ଗିରଫ ହୋଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର। ମରଣାନ୍ତକ ଆକ୍ରମଣ, ପୁଲିସକୁ ଆକ୍ରମଣ ଭଳି ସ˚ଗିନ ଦଫାରେ ସେ ଗିରଫ ହୋଇ କେନ୍ଦୁଝର ଜେଲ୍‌ରେ ଅଛନ୍ତି। ସେଠା‌ରେ କିନ୍ତୁ ସେ ବିଚାରାଧୀନ ବନ୍ଦୀ ଭାବେ ନୁହେଁ ବର˚ ଜଣେ ଭିଆଇପିଙ୍କ ଭଳି ରହୁଥିବା ଅଭିଯୋଗ କରିଛି ବିଜେପି। ବିଜେପିର ରାଜ୍ୟ ପ୍ରବକ୍ତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟବ୍ରତ ପଣ୍ତା ଏ ସ˚ପର୍କରେ ଅଭିଯୋଗ କରି କହିଛନ୍ତି, ଦେବାଶିଷ ପାତ୍ରଙ୍କୁ ଜେଲ୍‌ରେ ଜଣେ ବିଚାରାଧୀନ ବନ୍ଦୀ ଭଳି ରଖାଯାଉନାହିଁ। ରାଜ୍ୟର ବରିଷ୍ଠ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ହୋଇଥିବାରୁ ସେଠାରେ ତାଙ୍କୁ ଅତିଥି ଭାବେ ରଖାଯାଇଛି। ଏଥିସହିତ ସେ ବିଚାରାଧୀନ ବନ୍ଦୀମାନଙ୍କ ସହିତ ନ ରହି ଖଣି ମାଲିକ ଦୀପକ ଗୁପ୍ତା ସହିତ ଏକ ସ୍ବତନ୍ତ୍ର ରୁମ୍‌ରେ ରହୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ସେହିପରି ପ୍ରତ୍ୟେକ ବିଚାରାଧୀନ ବନ୍ଦୀଙ୍କୁ ସାକ୍ଷାତ କରିବାକୁ ହେଲେ ଜେଲ୍‌ର ନିର୍ଦ୍ଦିଷ୍ଟ ନିୟମ ଥିବା ବେଳେ ତାହା କିନ୍ତୁ ଦେବାଶିଷ ପାତ୍ରଙ୍କ ପାଇଁ ଲାଗୁ ହେଉନାହିଁ। ଫଳରେ ନିୟମିତ ଭାବେ ଯିଏ ଯେତେବେଳେ ଗଲା ତାଙ୍କୁ ସାକ୍ଷାତ କରି ଘଣ୍ଟା ଘଣ୍ଟା ରାଜନୈତିକ ଆଲୋଚନାରେ ସମୟ ବିତାଉଥିବା ନେଇ ଶ୍ରୀ ପଣ୍ତା ସଂଗୀନ ଅଭିଯୋଗ ଆଣିଛନ୍ତି।

ଅପରପକ୍ଷରେ କେନ୍ଦୁଝର ଜେଲର ସତ୍ୟପ୍ରକାଶ ସ୍ବାଇଁ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ‌େସ କହିଛନ୍ତି ଯେ, ତାଙ୍କୁ ସେଭଳି କୌଣସି ସ୍ବତନ୍ତ୍ର ସୁବିଧା ଦିଆଯାଉନାହିଁ। ବର˚ ଅନ୍ୟ ବିଚାରାଧୀନ ବନ୍ଦୀଙ୍କ ଭଳି ଖାଦ୍ୟ ଦିଆଯାଉଛି। ସେହିପରି ଦୀପକ ଗୁପ୍ତାଙ୍କ ସହିତ ତାଙ୍କୁ ରହିବାକୁ ସୁଯୋଗ ଦିଆଯାଉଥିବା ଅଭିଯୋଗକୁ ବି ସେ ଖଣ୍ତନ କରିଛନ୍ତି।

ଆଜି କୋର୍ଟରେ ହାଜର ହେବେ

କେନ୍ଦୁଝର : ମରଣାନ୍ତକ ଆକ୍ରମଣ, ଜାତିଆଣ ମନ୍ତବ୍ୟ ଭଳି ସ˚ଗୀନ ଦଫା ସହିତ ପୁଲିସକୁ ଆକ୍ରମଣ କରିବା ଅଭିଯୋଗରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିବା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ଆସନ୍ତାକାଲି ଅର୍ଥାତ ଗୁରୁବାର କୋର୍ଟରେ ହାଜର ହେବେ। ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁ କୋର୍ଟ ବନ୍ଦ ଥିବାରୁ ପ୍ରିଜନ୍‌ ପିଟିସନ ଦେଇ ଜାମିନରେ ଯିବାକୁ ଉଦ୍ୟମ କରିଥିବା ଶ୍ରୀ ପାତ୍ର ଇତିମଧୢରେ ଜେଲ୍‌ରେ ରହିବାର ମାସ ପୂରିଲାଣି। ଅପରପକ୍ଷରେ ଆଜିଯାଏ ଆଇନଜୀବୀଙ୍କ ଆନ୍ଦୋଳନ ପ୍ରତ୍ୟାହାର ହେଉ ନ ଥିବାରୁ ତାଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।

ଗତ ସେପ୍ଟେମ୍ବର ୧୯ ତାରିଖରେ ତାଙ୍କୁ ଘସିପୁରା ପୁଲିସ ଟାଙ୍ଗି ନିକଟରୁ ଗିରଫ କରିଥିଲା। ଏହି ଗିରଫ ପରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି ତାଙ୍କୁ କେନ୍ଦୁଝର ଟାଉନ ଥାନାକୁ ଅଣାଯିବା ପରେ କୋର୍ଟରେ ହାଜର କରାଯାଇଥିଲା। ଜାମିନ୍‌ ଆଗ୍ରାହ୍ୟ ହେବାରୁ ତାଙ୍କୁ ସେ‌େପ୍ଟମ୍ବର ୨୦ ତାରିଖରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର