ଶ୍ରୀଜଗନ୍ନାଥ ଦର୍ଶନ କଲେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ

ପୁରୀ: ଶନିବାର ପୂର୍ବାହ୍ନ ସାଢ଼େ ଏଗାରଟା ପରେ ଦୁଇ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି।

ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସହ  ବିଜେପିର ସମସ୍ତ ନବନିର୍ବାଚିତ ସାଂସଦ ଓ ବିଧାୟକ ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି।। ଇସ୍ପାତ ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରିବ ଏବଂ ଓଡ଼ିଶାକୁ ଷ୍ଟିଲ୍‌ ହବ୍‌ କରାଯିବା ଲକ୍ଷ୍ୟ ରଖି କାମ ଆଗେଇ ଚାଲିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମବେତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି।

ଅନ୍ୟତମ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି କି, ଫନି ଯୋଗୁଁ ପ୍ରଭାବିତ ହୋଇଥିବା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡ଼ିକୁ ପୁନରୁଦ୍ଧାର କରାଯିବ। ପୁରୀରେ ନଡ଼ିଆକତା ଶିଳ୍ପକୁ ପ୍ରାଧାନ୍ୟ ଦିଆଯିବା କଥା ସେ କହିଛନ୍ତି।

ମହାପ୍ରଭୁଙ୍କ ଦର୍ଶନ ପରେ ସ୍ଥାନୀୟ ସର୍କିଟ୍‌ ହାଉସ୍‌ରେ ଦୁହେଁ ସମୀକ୍ଷା ବୈଠକରେ ବସିଛନ୍ତି।

ସମ୍ବନ୍ଧିତ ଖବର