ଭଦ୍ରକ : ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ

ଧାମରା/ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବା˚ଶଡା ଥାନା ଅଞ୍ଚଳରେ ଜଣେ ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ପୁଲିସ ଅଭିଯୁକ୍ତ ବାଚୁ ମହାଳିକ(୩୫)କୁ ଗିରଫ କରିଛି। ପୁଲିସ ସୂଚନା ମୁତାବକ, ନିଜ ଘର ପାଖରେ ଝିଅଟି ଖେଳୁଥିବାବେଳେ ପରଟା ଦେବ କହି ଅଭିଯୁକ୍ତ ତାକୁ ନିଜ ଘରକୁ ଡାକି ନେଇଥିଲା। ଘରେ ପରଟା ଖାଇବାକୁ ଦେଇ ଅଭିଯୁକ୍ତ ଦୁଷ୍କର୍ମ କରିବାବେଳେ ଝିଅଟି ଯନ୍ତ୍ରଣାରେ ଚିତ୍କାର କରିଥିଲା। ଫଳରେ ଅଭିଯୁକ୍ତ ବାଚୁ ଗାଁରୁ ଫେରାର ହୋଇ ଯାଇଥିଲା। ପରିବାର ଲୋକେ ଗୁରୁତର ଅବସ୍ଥାରେ ଝିଅଟିକୁ ଚାନ୍ଦବାଲି ଡାକ୍ତରଖାନାକୁ ନେଇଥିଲେ। ଏ ସଂପର୍କରେ ଥାନାରେ ଅଭିଯୋଗ ହେବା ପରେ ବା˚ଶଡା ଥାନା ଅଧିକାରୀ ଅଭିଯୁକ୍ତର ମୋବାଇଲ ଟ୍ରାକି˚ କରି ତାକୁ ପଞ୍ଚୁଟିକ୍ରି ଗ୍ରାମରୁ ଗିରଫ କରିଛନ୍ତି। ଆଜି ଡାକ୍ତରୀ ମାଇନା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଏ ନେଇ ବା˚ଶଡା ଥାନା କେସ୍ ନଂ ୩୭୬/୨୦ରେ ଏକ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର