ଓଡ଼ଗାଁ: ଗତ ୫ ଦିନ ହେବ ନିଖୋଜ ଥିବା ନାବାଳକ ଅମ୍ରିତ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ନିଜର ଗାଁ କୁରାଳରୁ ଉଦ୍ଧାର ହୋଇଥିବା ଜଣାଯାଇଛି। ଆଜି ଭୋର ସମୟରେ ତାଙ୍କୁ ଜଣେ ଗ୍ରାମବାସୀ ଦେଖି ପରିବାରକୁ ଖବର ଦେଇଥିଲେ। ଏହାପରେ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ୍ କୁରାଳରେ ପହଞ୍ଚି ଅମ୍ରିତଙ୍କୁ ଥାନାକୁ ଆଣିଥିଲା। ଏହାପରେ ତାଙ୍କୁ ଓଡ଼ଗାଁ ଡାକ୍ତରଖାନାକୁ ନିଆଯାଇଛି। ସେଠାରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ଚାଲିଛି। ସେ ଦୁର୍ବଳ ହୋଇପଡ଼ିଥିବାର ସୂଚନା ରହିଛି। ତେବେ ସେ ଏତେ ଦିନ ହେବ କେଉଁଠାରେ ଥିଲେ ସେନେଇ ଏଯାଏଁ ପୁଲିସ ବା ପରିବାର ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

Advertisment

ଟ୍ୟୁସନ୍ ସାରି ଆଉ ଘରକୁ ଫେରିନଥିଲେ ଜଣେ ନାବାଳକ ଅମ୍ରିତ । ଘରଠାରୁ ୫୦ ମିଟର ଦୂରରେ ଥିବା ଏକ ବାଉଁଶ ବୁଦା ଭିତରୁ ତାଙ୍କ ସାଇକେଲ୍ ଉଦ୍ଧାର କରାଯାଇଥିବାରୁ କେହି ଅପହରଣ କରିନେଇଥିବା ସନ୍ଦେହ କରାଯାଉଛି। ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ କୁରାଳ ଗ୍ରାମରେ ଘଟିଥିବା ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।

publive-image public.app

କୁରାଳ ଗ୍ରାମର ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ୧୨ ବର୍ଷର ପୁଅ ଅମ୍ରିତ ସପ୍ତମଶ୍ରେଣୀରେ ପାଠ ପଢ଼ୁଛନ୍ତି। ଗତ ଗୁରୁବାର ସନ୍ଧ୍ୟାରେ ପ୍ରତିଦିନ ଭଳି ଟ୍ୟୁସନ୍କୁ ଯାଇଥିଲେ। କିନ୍ତୁ, ଟ୍ୟୁସନରୁ ଆଉ ଘରକୁ ଫେରିନଥିଲା। ଟ୍ୟୁସନ୍ ଶିକ୍ଷକ ପ୍ରିୟଦର୍ଶନ ପ୍ରଧାନଙ୍କୁ ପୂର୍ଣ୍ଣଚନ୍ଦ୍ର ଓ ତାଙ୍କ ପତ୍ନୀ ଅମ୍ରିତା ଯୋଗାଯୋଗ କରିବାରୁ ପଢ଼ାପରେ ସେ ଚାଲିଯାଇଥିବା କହିଥିଲେ। ଏହାଶୁଣି ଉଭୟ ପରିବାର ଲୋକେ ଭୟଭୀତ ଅବସ୍ଥାରେ ଖୋଜାଖୋଜି କରିବାରୁ ଏକ ବାଉଁଶବୁଦା ମୂଳରୁ ସାଇକଲ୍ ମିଳିଥିଲା। କେହି ତାଙ୍କୁ ଅପହରଣ କରି ସାଇକେଲ୍ ଫିଙ୍ଗିଦେଇ ଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି। ସ୍ଥାନୀୟ ଲୋକ ଓ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଅମ୍ରିତ ଫେରୁଥିବା ବେଳେ ଏକ ଡାଲା ପିକ୍ଅପ୍ ଗାଡ଼ି ଠିଆ ହୋଇଥିଲା। ସେହି ଗାଡ଼ି ୩ରୁ ୪ଦିନ ହେବ ସେହି ସ୍ଥାନରେ ଆସି ରହୁଥିଲା। ଅମ୍ରିତା ଗାଏବ ହୋଇଯିବା ପଛରେ ହୁଏତ ଏମାନଙ୍କର ହାତ ଥାଇପାରେ ବୋଲି ସ୍ଥାନୀୟ ଲୋକ କହିଛନ୍ତି। ଅମ୍ରିତାଙ୍କ ବାପା ବ୍ୟବସାୟୀ ହୋଇଥିବାରୁ କେହି ଅର୍ଥ ପାଇଁ ଅପହରଣ ଏପରି କରିଥାଇ ପାରନ୍ତି ବୋଲି ଆଲୋଚନା ହେଉଥିଲା।