ଦୁଷ୍କର୍ମ ଅଭିଯୋଗରେ ନାବାଳକ ଗିରଫ

ହରିଚନ୍ଦନପୁର : ହରିଚନ୍ଦନପୁର ଥାନା ଅଞ୍ଚଳର ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୁଲିସ ସମ୍ପୃକ୍ତ ନାବାଳକକୁ ଗିରଫ କରିଛି। ଆଜି ତାକୁ ରାଉରକେଲାରେ ଥିବା ବାଳ ସୁଧାର ଗୃହକୁ ପଠାଯାଇଛି। ବିବାହ ପ୍ରତିଶ୍ରୁତି ଦେଇ ନାବାଳକ ଜଣକ ନାବାଳିକାକୁ ଦୁଷ୍କର୍ମ କରିଥିଲା। ଏନେଇ ଥାନାରେ ୧୧ ତାରିଖରେ ଅଭିଯୋଗ ହୋଇଥିଲା। ନାବାଳକ ଜଣକ ଫେରାର ଥିଲା। ଆଜି ତାକୁ ଗିରଫ କରାଯାଇଥିବା ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନ କହିଛନ୍ତି ।

ସମ୍ବନ୍ଧିତ ଖବର