ନାବାଳିକାର ଖଣ୍ଡଖଣ୍ଡ ମୃତଦେହ ଉଦ୍ଧାର ଘଟଣା: ଜିଲ୍ଲାପାଳ, ଏସ୍‌ପିଙ୍କୁ ସମନ

କେନ୍ଦୁଝର:  କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଧାଙ୍ଗରପଡ଼ାରେ ଜଣେ ନାବାଳିକାକୁ ଗତ ଅକ୍ଟୋବର ୨୬ ତାରିଖରେ ହତ୍ୟାକରି ଫିଙ୍ଗି ଦେବା ଘଟଣାରେ କେନ୍ଦୁଝର ଏସ୍‌ପି ଏବଂ କେନ୍ଦୁଝର ଜିଲ୍ଲାପାଳଙ୍କୁ ଜାତୀୟ ମାନବାଧିକାର କମିସନ ସର୍ତ୍ତମୂଳକ ସମନ କରିଛନ୍ତି। ମୃତ ନାବାଳିକାଙ୍କ ପରିବାରକୁ କ୍ଷତିପୂରଣ ସହାୟତା ରାଶି ମିଳି ନ ଥିବାରୁ ଏହି ସମନ ଜାରି କରାଯାଇଛି। ଆସନ୍ତା ଜୁନ୍‌ ମାସ ୨୭ ତାରିଖ‌ରେ ଜିଲ୍ଲାପାଳ ଏବଂ ଏସ୍‌ପି ବ୍ୟକ୍ତିଗତ ହାଜର ପାଇଁ ଏହି ସମନରେ ଉଲ୍ଲେଖ ରହିଛି। ଯଦି ଆସନ୍ତା ଜୁନ୍‌ ୨୦ ତାରିଖ ପୂର୍ବରୁ ସହାୟତା ସଂପର୍କିତ ରିପୋର୍ଟ ପ୍ରଦାନ କରାଯାଏ, ତେବେ ୨୭ ତାରିଖରେ ବ୍ୟକ୍ତିଗତ ହାଜିରା ଆବଶ୍ୟକ ନାହିଁ ବୋଲି ସମନରେ ଉଲ୍ଲେଖ ରହିଛି ବୋଲି ମାମଲାର ଆବେଦନକାରୀ ଓକିଲ ହିଂମାଶୁ ନାଏକ ସୂଚନା ଦେଇଛନ୍ତି।

ଶ୍ରୀ ନାଏକଙ୍କ ସୂଚନା ଅନୁସାରେ, ୨୦୨୦ ମସିହା ଅକ୍ଟୋବର ୨୬ ତାରିଖରେ ଟାଉନ ଥାନା ଅନ୍ତର୍ଗତ ଧାଙ୍ଗରପଡା ନିକଟରୁ ଏକ ଅଖାରୁ ଆନନ୍ଦପୁର ଅଂଚଳର ଜଣେ ନାବାଳିକାର ମୃତ ଦେହ ଉଦ୍ଧାର ହୋଇଥିଲା। ଏହି ନାବାଳିକାର ମୃତ ଦେହ ଉଦ୍ଧାର ହେବାର ୧୦ ଦିନ ପୂର୍ବରୁ ନାବାଳିକାର ବାପା ଆନନ୍ଦପୁର ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ମାତ୍ର ପୁଲିସ ଅବହେଳା କରି କେବଳ ମାମଲା ରୁଜୁ କରି ବସି ଯାଇଥିଲା। ନାବାଳିକାର ମୃତ ଦେହ ଉଦ୍ଧାର ହେବା ପରେ ଏଥିନେଇ ଆଇନଜୀବୀ ହିଂମାଶୁ ‌ଶେଖର ନାୟକ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ କରି ଅବହେଳା କରିଥିବାରୁ ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଏବଂ ନାବାଳିକା ପରବାରକୁ କ୍ଷତିପୂରଣ ଦେବାକୁ ନିବେଦନ କରିଥି‌ଲେ। ଏହି ହତ୍ୟାକାଣ୍ଡ ଘଟଣାରେ ମନରୋମା ପଟ୍ଟନାୟକଙ୍କ ସମତେ ଦୁଇ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି।

ସମ୍ବନ୍ଧିତ ଖବର