ଦିନ ଦ୍ବିପହରରେ ସହର ଭିତରେ ଭାଲୁ ଆତଙ୍କ, ନାବାଳକ ଗୁରୁତର

ପାପଡ଼ାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଠାରେ ଦିନ ଦ୍ବିପହରରେ  ସହର ଭିତରେ ଭାଲୁକୁ ଦେଖି ଲୋକେ ଆତଙ୍କିତ ହୋଇଛନ୍ତି। ଭାଲୁ ଆକ୍ରମଣରେ ଜଣେ ନାବାଳକ ଗୁରୁତର ହୋଇଛି। ତାକୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ ପାପଡ଼ାହାଣ୍ଡିରେ ଏକ ଜଙ୍ଗଲୀ ଭାଲୁ  ତୁରୀ ନଦୀ ପଟେ ଆସି ବଙ୍କାସାହି ରାସ୍ତା ଦେଇ ମୁଖ୍ୟ ଟ୍ରାଫିକ ଛକରେ ପହଞ୍ଚିଥିଲା। ଜନ ଗହଳି ଅଂଚଳରେ ଦୌଡ଼ିଥିଲା ଭାଲୁ। ଭାଲୁକୁ ଦେଖି ଲୋକେ ଭୟଭୀତ ହୋଇଥିଲେ। ପ୍ରାଣ ବିକଳରେ ଗାଡି ମୋଟର ଛାଡି ଦୌଡିଥିଲେ। ପରେ ଭାଲୁଟି ହାଟପଦାସାହି ଦେଇ ଚମ୍ପାବନ ମଧ୍ୟକୁ ଚାଲିଯାଇଥଲା।

ବର୍ତ୍ତମାନ ଭାଲୁ ଉକ୍ତ ବନରେ ଲୁଚି ରହିଥିବା ବେଳେ ଲୋକେ ଭୟଭୀତ ଅଛନ୍ତି। ସିସିଟିଭିରେ ଭାଲୁକୁ କଏଦ କରାଯାଇଛି। ଭାଲୁ ଆକ୍ରମଣରେ ଅଶୋକ ପଟ୍ଟନାୟକଙ୍କ ପୁଅ  ଶୁଭମ ପଟ୍ଟନାୟକ (୧୨) ଘର ସମ୍ମୁଖରେ ଖେଳୁଥିବା ସମୟରେ ଭାଲୁ ହଠାତ ଆକ୍ରମଣ କରିଥିଲା। ଶୁଭମ ପ୍ରାଣ ବିକଳରେ  ଘର ଭିତରେ ଟଳି ପଡ଼ିଥିଲା। ପରିବାର ଲୋକେ ଶୁଭମକୁ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ର ନେଇଥିଲେ। ବର୍ତ୍ତମାନ ତାର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର