ମହୁମାଛି ଗୋଡ଼ାଇଲେ, ପାହାଡ଼ ଉପରୁ ଖସି ନାବାଳକ ମୃତ

ଦୁଇ ବନ୍ଧୁ ଆହତ, ଚିକିତ୍ସାଧୀନ

ରାଉରକେଲା: ଜଙ୍ଗଲ ଭିତରକୁ ବୁଲିବାକୁ ଯାଇଥିଲେ ତିନି ଜଣ ସାଙ୍ଗ। ତେବେ ଫେରିବାବେମହୁ ମାଛି ଆକ୍ରମଣ କରିବାରୁ ସେମାନେ ଯିଏ ଜୁଆଡ଼େ ପାରିଲେ ଦୌଡ଼ିଥିଲେ। ଏହି ସମୟରେ ଗୋଡ଼ ଖସିଯିବାରୁ ପ୍ରାୟ ୫୦ ଫୁଟ ତଳକୁ ଖସି ପଡିବାରୁ ଘଟଣା ସ୍ଥଳରେ ନାବାଳକ ରୋହିତ କେର୍କେଟା(୧୫)ଙ୍କ ହାତ ବାଜିଯାଇଥିଲା। ଫଳରେ ରୋହିତଙ୍କ ମୃତ୍ୟୁ ହୋଇଥିଲା। ଏହାସହ ତାଙ୍କର ଦୁଇବନ୍ଧ ଫୁଲକୁମାର କେର୍କେଟା(୧୮) ଓ ସମୀର ଡୁଙ୍ଗଡୁଙ୍ଗ(୧୯) ଆହତ ହୋଇଥିବା ଜଣାପଡ଼ିଛି।

ଗୁରୁଣ୍ଡିଆ ବ୍ଲକ ଜରଡ଼ା ପଞ୍ଚାୟତ ଅନ୍ତର୍ଗତ କେଲୋ ଗ୍ରାମର ବାସିନ୍ଦା ହେଉଛନ୍ତି ତିନିବନ୍ଧୁ ରୋହିତ, ଫୁଲକୁମାର ଓ ସମୀର। ଆଜି ଅପରାହ୍ନରେ ତିନି ବନ୍ଧୁ ମିଶି ‌କେଲୋ ଜଙ୍ଗଲକୁ ବୁଲିବାକୁ ଯାଇଥିଲେ। ବେଶ୍‌ କିଛି ସମୟଧରି ସେମାନେ ବୁଲାବୁଲି କରଥିଲେ। କିନ୍ତୁ ଫେରିବା ବାଟରେ ଘଟିଥିଲା ଅଘଟଣ। ମହୁଫେଣାରେ ରୋହିତଙ୍କ ହାତ ବାଜିବାରୁ ମହୁମାଛି ଗୋଡ଼ାଇଥିଲେ। ଏଥିରେ ତିନିବନ୍ଧୁ ଜୀବନବିକଳରେ ଦୌଡ଼ି ପଲାଇଆସିବାକୁ ପ୍ରୟାସ କରିଥିଲେ। ଏତିକିବେଳେ ରୋହିତ ତଳକୁ ଖସିପଡ଼ିବାରୁ ତାଙ୍କର ଦୁଃଖଦ ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ବନ୍ଧୁ ଫୁଲକୁମାର ଓ ସମୀର ମହୁମାଛି ଆକ୍ରମଣର ଶିକାର ହୋଇଥିଲେ ହେଁ ବିପଦମୁକ୍ତ ଅଛନ୍ତି। ଉଭୟେ ଗୁରୁଣ୍ଡିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି। ତେବେ ଆଜି ଶବ ବ୍ୟବଚ୍ଛେଦ ହୋଇପାରିନି। ବ୍ୟବଚ୍ଛେଦପରେ ସୋମବାର ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରାଯିବ।

ସମ୍ବନ୍ଧିତ ଖବର