ରାଇରଙ୍ଗପୁର/ବାଦାମପାହାଡ଼: ମୟୂରଭଞ୍ଜଜିଲ୍ଲା ବାଦାମପାହାଡ଼ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣିରେ ବୁଡ଼ି ଜଣେ କୁନି ଶିଶୁ ପୁତ୍ରର ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ ବାଦାମପାହାଡ଼ ଥାନା ଅର୍ନ୍ତଗତ ମଝିଗାଁ ଗ୍ରାମର ରଣଜିତ ମହାନ୍ତଙ୍କ ଦେଢ଼ ବର୍ଷର ଶିଶୁପୁତ୍ର ଲକ୍ଷେଶ ମହାନ୍ତ ଘର ଅଗଣାରେ ଖେଳୁଥିବା ସମୟରେ ଏକ ପାଣି ଡ୍ରମ ଭିତରେ ଅସାବଧାନତା ଯୋଗୁଁ ପଡ଼ିଯାଇଥିଲେ। ବହୁ ସମୟ ଧରି ପାଣି ଭିତରେ ବୁଡ଼ି ରହିଥିଲେ।
ପରିବାର ଲୋକେ ଲକ୍ଷେଶକୁ ବହୁ ସମୟ ଖୋଜାଖୋଜି କରିବା ପରେ ଡ୍ରମ ଭିତରେ ଥିବା ପାଣିରେ ବୁଡ଼ି ଥିବା ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ତାକୁ ଡାକ୍ତରଖାନା ଭର୍ତ୍ତି କରିଥିଲେ।
ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟ ଘଷଣା କରିଥିଲେ। ବାଦାମପାହାଡ ଥାନା ପୁଲିସ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଥାନାର ଏସଆଇ ବିରଞ୍ଚି ନାରାୟଣ ନାଏକ କେଶ୍ ନଂ ୬/୨୫ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି। ଏକ ମାତ୍ର ଶିଶୁ ପୁତ୍ରର ମୃତ୍ୟୁରେ ପରିବାରରେ ଶୋକର ଛାୟା ଖେଳିଯାଇଛି।
dead | Child dead
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/post_attachments/wp-content/uploads/2023/06/dead-fff.jpg)