ଯାଜପୁର: ପୋଖରୀରେ ବୁଡ଼ି ଅଢ଼େଇ ବର୍ଷ ବୟସର ଶିଶୁପୁତ୍ରର ମୁତ୍ୟୁ ଘଟିଛି। ବିଞ୍ଝାରପୁର ଥାନା ଅନ୍ତର୍ଗତ ଆନନ୍ଦପୁର ଗାଁରେ ଏହି ଅଭାବନୀୟ ଅଘଟଣ ଘଟିଛି। ମୃତକ ହେଲା ପାପୁନ ସାହୁ।
ସୂଚନା ଅନୁସାରେ ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ଛତ୍ରପଡା ଗାଁର ବାପିନ ସାହୁଙ୍କ ପୁଅ ପାପୁନ ନିଜ ମାଉସୀ ଘର ଦେଉଡି ଆନନ୍ଦପୁରକୁ ଯାଇଥିଲା। ଆଜି ମଧ୍ୟାହ୍ନ ସମୟରେ ଘର ନିକଟରେ ଖେଳୁଥିବା ସମୟରେ ପୋଖରୀରେ ବୁଡ଼ି ଯାଇଥିଲା। ପରିବାର ଲୋକେ ବୋହୁ ଖୋଜା ଖୋଜି ପରେ ପୋଖରୀରୁ ପାପୁନକୁ ଉଦ୍ଧାର କରି ଯାଜପୁର କିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/drawn-1.jpg)